News
lipub
samparksetu

ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ସୁନା ଓ ଟଙ୍କା !

ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ସାତମାଇଲ ମହିଧରପୁର ରାସ୍ତାରେ ୨୧ ତାରିଖ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଜଣ ଡକାୟତ ଆମ୍ବିଠି ଗ୍ରାମ ତ୍ରିନାଥ ସାହୁଙ୍କ ପୁତ୍ର ହେମନ୍ତ କୁମାର ସାହୁଙ୍କ ନିକଟରୁ ୭୨ ହଜାର ଟଙ୍କା , ସେ ପିନ୍ଧିଥିବା ଗୋଟିଏ ସୁନା ଚେନ ସହ ତାଙ୍କ ନିକଟରେ ଥିବା ଏକ ବ୍ୟାଗକୁ ଛଡାଇ ନେଇଛନ୍ତି ।

ସୂଚନା ଅନୁଯାୟୀ , ହେମନ୍ତ କୁମାର ସାହୁ ଜଣେ ବ୍ୟବସାୟୀ ଭାବେ ବୁଧବାର ଖଜୁରିଆକଟା ବଜାର ରେ ଚାଲୁଥିବା ସାପ୍ତାହିକ ହାଟ ସାରି ନିଜ ଘରକୁ ତାଙ୍କ ନିଜ ମୋଟର ସାଇକେଲରେ ଫେରୁଥିବା ସମୟରେ ଦୁଇଜଣ ଡକାୟତ ମୁହଁରେ ପଟିବାନ୍ଧି ହେଲମେଟ ପିନ୍ଧି ଏକ ଆପାଚି ଗାଡିରେ ତାଙ୍କୁ ପିଛାକରି ସାତମାଇଲ ରାସ୍ତାର ଦୁଦୁରୁକୋଟ ଖଦଖଦି ନିକଟରେ ହେମନ୍ତଙ୍କ ଵାମ ହାତ ପରେ ଡାହାଣ ଗୋଡକୁ ଏକ ଖଣ୍ତାରେ ଆକ୍ରମଣ କରି ଏକ ପିସ୍ତଲ ଦେଖାଇ ତାଙ୍କ ନିକଟରେ ଥିବା ବ୍ୟବସାୟୀକ ବ୍ୟାଗ , ବ୍ୟାଗରେ ଥିବା ୭୨ ହଜାର ଟଙ୍କା ସହ ସେ ଲଗାଇଥିବା ସୁନା ଚେନକୁ ଲୁଟେରା ଦୁଇଜଣ ନେଇ ପଳାଇଥିଲେ ।

ଏନେଇ ହେମନ୍ତ ବାଲିମି ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ବାଲିମ ପୋଲିସ ପକ୍ଷରୁ ଥାନାରେ ୨୩୩/ ୨୨ ଏକ ମାମଲା ପଞ୍ଜିକୃତ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

new life
You might also like
error: Content is protected !!