News
lipub
samparksetu

ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ୫୩ ନଂ ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟାରେ ଏକ ସ୍କଟି ଦୁର୍ଘଟଣାରେ ଜଣେ ଆରୋହୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଳୟ ରେ ଭର୍ତି ହୋଇଥିବାର ଜଣାଯାଇଛି l

ଗୁରୁତର ହେଲେ ଅନୁଗୁଳ ଜିଲ୍ଲା କୁଲାଡ ଅଞ୍ଚଳର ସୋମ୍ୟରଞ୍ଜନ ବାରିକ l ସୋମ୍ୟରଞ୍ଜନ ଅନୁଗୋଳରୁ ବରୀ ନିଜ ସ୍କଟିରେ ଯାଉଥିବା ବେଳେ ବଡ଼ଝରା ନୁଆସାହି ଛକ ଠାରେ ଦୁର୍ଘଟଣା ଘଟିଥିଲା l ଫଳରେ ସୋମ୍ୟରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା l ସେଠାରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l

new life
You might also like
error: Content is protected !!