News
lipub
samparksetu

ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପାର୍ବତୀ ମନ୍ଦିର କବାଟ ତାଲା ଭାଙ୍ଗି ପାର୍ବତୀ ମାଆ ଙ୍କ ଆଖି ତାଡି ସେଥିରେ ଲାଗିଥିବା ସୁନା ଅନେକ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି।

ଆଜି ସକାଳୁ ସେବାୟତ ମନ୍ଦିରକୁ ପୂଜା ପାଇିଁ ଆସିଥିବା ବେଳେ,ମନ୍ଦିର ଗେଟ ତାଲା ଭଙ୍ଗାଯାଇଥିଲା,ପୂଜକ ଦେଖିବା ପରେ କମିଟିର ସଦସ୍ୟଙ୍କୁ ଖବର ଦେଇଥିଲେ ।ପରେ ଏନେଇ ମନ୍ଦିର କମିଟି ତରଫରୁ ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। କିଛି ଦିନ ତଳେ ତେନ୍ତୁଳି ସିଂହା ରେ ଥିବା ପାର୍ବତୀ ମନ୍ଦିର ରୁ ଅନୁରୂପ ଭାବେ ପାର୍ବତୀ ଙ୍କ ଆଖି ତାଡି ସୁନାର ଆଖି, ରୂପା ମକୁଟ ଅନେକ ରୂପା ଅଳଙ୍କାର ଚୋରୀ ହୋଇଥିଲା। ଅଦ୍ୟାବଧି ଆଜି ପର୍ଯ୍ୟନ୍ତ ପୋଲିସ୍ କାହାକୁ ଗିରଫ କରି ପାରିନାହିଁ। ଦିନ କୁ ଦିନ ସହର ରେ ଚୋରି ଡକାୟତ ବଢୁଥିବାରୁ ଜନ ଅସନ୍ତୋଷ ଦେଖା ଦଉଛି।ସେହିପରି ମୁକ୍ତାପଶି ଗାଁ ସନ୍ତୋଷୀ ମା’ ମନ୍ଦିର ଦାନ ବାକ୍ସ ଲୁଟ ହୋଇଥିବା ସୂଚନା ।

new life
You might also like
error: Content is protected !!