News
lipub
samparksetu

କାର କୁ ପଛ ପଟରୁ ଧକ୍କା ଦେଲା ଟ୍ରକ , ୩ ଗୁରୁତର

କୋଇଲା ବୋଝେଇ ଟ୍ରକ ସହ କାର ଧକ୍କା ହେବା ଫଳରେ ତିନି ଆହାତ। ଆହାତ ମାନେ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ମନୋଜ ସେଠ ଦିପୁ ଓ ସତ୍ୟଜିତ ସେଠ।

ସୁଚନା ମତାବକ , ତିନିଜଣ ଏକ କାର ରେ ଆଜି ଅପରାହ୍ନରେ ଗଡପଳାଶୁଣିରୁ କୌଣସି ଏକ କାମପାଇଁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ କାମାକ୍ଷାନଗର ୫୩ ନଂ ରାଜପଥ ବାଇପାସ ଜିରିଡାମାଳି ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ କରର ପଛପଟୁ ଧକ୍କା ଦେଇଥିଲା।

ଫଳରେ କାରରେ ଥିବା ତିନିଜଣ ଯାକ ଆହାତ ହୋଇଥିଲେ। ଆହାତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ଖବର ପାଇ କାମାକ୍ଷାନଗର ପୋଲସି ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖି ତଦନ୍ତ ଚଳାଇଛି।

new life
You might also like
error: Content is protected !!