News
lipub
samparksetu

ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ

ହିନ୍ଦୋଳ ଉପଖଣ୍ଡ ରେ ଗଢିଉଠିଥିବା ରୁଙ୍ଗୁଟା କମ୍ପାନୀ ପ୍ରଜାମାନଙ୍କ ଠାରୁ ଜମି ନେଲା ପରେ ଜମିହରା ପ୍ରଜାଙ୍କୁ ଠକି ଦେଇଥିବା ନେଇ ଜମିହରା ପ୍ରଜାମାନେ ଆଜି ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।

ଘଟଣାରୁ ପ୍ରକାଶ ଯେ, ଆଜକୁ ୫ ବର୍ଷ ହେବ ରୁଙ୍ଗଟା କମ୍ପାନୀ ହିନ୍ଦୋଳ ଉପଖଣ୍ଡ ତାରାକାବେଡା, କାନ୍ତିମିଲି, ନୂଆଗାଁ, କାଡଲା ଇତ୍ୟାଦି ଗ୍ରାମମାନଙ୍କରୁ କମ୍ପାନୀ କରିବା ନେଇ ଜମି ଅଧିଗ୍ରହଣ କରିସାରିଥିବା ବେଳେ ଏବେ କମ୍ପାନୀ ର କାର୍ଯ୍ୟ ଆରମ୍ଭ ହୋଇସାରିଛି । ହେଲେ ଜମିନେଲା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଯେଉଁ ସବୁପ୍ରତିଶୃତି ଦେଇଥିଲେ, ଏବେ ତାହାକୁ ପାଳନ କରୁନାହିଁ ।

ସ୍ଥାନୀୟ ଯୁବକ ମାନେ ବେକାର ହୋଇ ବୁଲୁଥିବା ବେଳେ ସେମାନଙ୍କୁ ନିଯୁକ୍ତି ନଦେଇ ଅଣ ଓଡ଼ିଆ କର୍ମଚାରୀ ଙ୍କୁ ନେଇ କମ୍ପାନୀ ଚଳାଉଛି କମ୍ପାନୀର ପାରିପାର୍ଷିକ ଗ୍ରାମଗୁଡିକର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନଥିବା ପ୍ରତିବାଦରେ ଆଜି ସହ ସହ ଜମିହରା ପ୍ରଜା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!