News
lipub
samparksetu

କୁରୁମୁଣା କଲେଜ୍ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

କାମାକ୍ଷାନଗର ଅନ୍ତର୍ଗତ କୁରୁମୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କାମାକ୍ଷାନଗର ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ।

ପ୍ରତ୍ୟେକ କ୍ଷେତ୍ର ରେ ନାରୀର ଭୂମିକା ଅତୁଳନୀୟ ଓ ପ୍ରଶସନୀୟ କହିବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଟ୍ରେନର ଶ୍ରୀମତୀ ଜ୍ୟୋତିମୟୀ ମହାପାତ୍ର ଟ୍ରେନିଂ ଦେବା ସହ ନିଷ୍ଠାର ସହ ପ୍ରତ୍ୟେକ କର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ। ସଂଯୋଜକ ଅର୍ଥନୀତି ଅଧ୍ୟାପକ ଦୁଃଶାସନ ବିଶ୍ଵାଳ ଶିବିର ପରିଚାଳନା କରିଥିଲେ।

ଜାନୁଆରୀ ୪ ତାରିଖ ରୁ ୧୨ ତାରିଖ ଯାଏ ଟ୍ରେନିଂ ଦିଆଯିବ ବୋଲି ସଂଯୋଜକ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଅଧ୍ୟାପକ ସୁରେନ୍ଦ୍ର କୁମାର ପାଢ଼ୀ, ତ୍ରିଲୋଚନ ପ୍ରଧାନ, ଦେବସ୍ମିତା ଦାସ, ସୂର୍ଯ୍ୟନାରାୟଣ ସାହୁ ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷ ରେ ଓଡ଼ିଆ ଅଧ୍ୟାପକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!