News
lipub
samparksetu

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଚଣିଆ ନାଏକ ଙ୍କ ବୀଣା ନାଏକ(୫୮) ଅସୁସ୍ଥ ଥିବାରୁ ନିଜ ସ୍ୱାମୀଙ୍କ ସହିତ ଏକ ଗାଡିରେ ନିମବାହାଳି ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଭତ୍ତା ଟଙ୍କା ଉଠାଇବାକୁ ଯାଇଥିଲେ ।ଟଙ୍କା ଉଠାଇ ବଜାରରୁ ଜିନିଷ କିଣୁଥିବା ବେଳେ ଏକ ମାରଣାଷଣ୍ଢ ବୀଣାଙ୍କୁ ଟେକି କଚାଡି ଦେଇଥିଲା ।

ଷଣ୍ଢ ଆକ୍ରମଣରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେରାମଣ୍ଡଳୀ ସରକାରୀ ସ୍ୱାସ୍ଥ୍ୟ
କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୀଣାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!