News
lipub
samparksetu

ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ

ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସେଣ୍ଟ ଜାଭିୟର ଅଧକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ, ଅନୁଷ୍ଠାନର ସଭାପତି ବିକାଶ ରଞ୍ଜନ ସାହୁ, ସମ୍ପାଦକ ସୋମନାଥ ସାହୁ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିଲେ । ଭଦ୍ରକ ଠାରେ ଓଡିଶା ଟାଇକୋଣ୍ଡ ଅସୋସିଏସନର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ୧୯ ତମ ରାଜ୍ୟ ଟାଇକୋଣ୍ଡ ପ୍ରତିଯୋଗିତା ରେ ଢେଙ୍କାନାଳକୁ ମିଳିଛି ବିପୁଳ ସଫଳତା।

ସେହି ସଫଳତାର ପ୍ରତୀକ ଟ୍ରଫିକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଛି ଏବଂ ୧୪ ଜଣ ଛାତ୍ରଛାତ୍ରୀ ସୁବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୯ ଜଣ ରୌପ୍ୟ ଓ ୩ ଜଣ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ସେହିଭଳି ପୁମସେ ରେ ୮ ଜଣ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ୬ ଜଣ ରୌପ୍ୟ ଏବଂ ୨ ଜଣ ବ୍ରୋଞ୍ଚ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

new life
You might also like
error: Content is protected !!