News
lipub
samparksetu

ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ନମିତା ସାମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ କାଯ୍ୟକ୍ରମରେ ଯୋରନ୍ଦା ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଭୁଦତ୍ତ ଚକ୍ରବର୍ତ୍ତୀ ସାହୁ ମୁଖ୍ୟ ଅତିଥିଭାବେ, ଶ୍ରୀମତୀ ମମତା ମହାନ୍ତି ସରପଞ୍ଚ କାବେରା ଗ୍ରାମ ପଞ୍ଚାୟତ ଓ ଶ୍ରୀଯୁକ୍ତ ବିମଳ କୁମାର ପଣ୍ଡା ଜିଲ୍ଲା ସଂଯୋଜକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ କରିଥିବାବେଳେ ଏଥିରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ଜ୍ଞାନରଞ୍ଜନ ମହାନ୍ତି ଯୋଗଦାନ କରିଥିଲେ ।

ଉକ୍ତ ସଭାରେ ଗ୍ରାମର ବହୁତ ମାନ୍ୟଗଣ ବ୍ୟକ୍ତି SHG ମହିଳା ଗୋଷ୍ଠୀ, ଅଙ୍ଗନୱାଡୀ , ଆଶାକର୍ମୀ ଉପସ୍ଥିତ ରହିଥିଲେ । ପରିଶେଷରେ ଅଭିଜ୍ଞ କିଓସ୍କ ପରିଚାଳକ ଗୋପବନ୍ଧୁ ବେହେରାଙ୍କ ଦ୍ଵାରା ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଆଦି ସେବା ବିଷୟରେ ଆଲୋକପାତ କରିଥିଲେ l

new life
You might also like
error: Content is protected !!