News
lipub
samparksetu

ଜିରାଳ ମହାବିଦ୍ୟାଳୟ ରେ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଆରମ୍ଭ

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ୟାମ୍ପ ଦୀର୍ଘ ୭ ଦିନ ଧରି ସେବା କାର୍ଯ୍ୟ କରିବେ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।

ଉକ୍ତ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ , ସମ୍ମାନିତ ଅତିଥି ଅରଖପାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଧଳା ବରାଳ,ଗ୍ରାମ ସଭାପତି ଶ୍ରୀଯୁକ୍ତ ବୋଧିମନ୍ତ ଜେନା,ଉପସଭାପତି କାଳନ୍ଦି ଲେଙ୍କା,ମେମ୍ବର ଶ୍ରୀଯୁକ୍ତ ରମେଶ ଲେଙ୍କା ଏବଂ ଜିରାଳ ମହାବିଦ୍ୟାଳୟର ଅଧ୍ୟାପକ ଅନନ୍ତ କୁମାର ସାହୁ,ପୂର୍ବତନ ଏନ୍.ଏସ.ଏସ.(P.O)ପ୍ରଦୀପ କୁମାର ଦାସ,ମାନସ କୁମାର ସାହୁ,ସିଦ୍ଧାର୍ଥ ପାଣିଗ୍ରାହୀ ଓ ଅବଦୂତ ମହାରଣାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଅଛି ଏହି ଶିବିରକୁ ଜିରାଳ କଲେଜର +୨ ଏନ୍.ଏସ.ଏସ. ପୋଗ୍ରାମ ଅଫିସର ଶ୍ରୀ ସୁବ୍ରତ କୁମାର ପରିଡ଼ା ପରିଚାଳନା କରୁଛନ୍ତି।

ଗ୍ରାମର ରାଧାକୃଷ୍ଣ ମନ୍ଦିର,ଶିବ ମନ୍ଦିର ଏବଂ ମଙ୍ଗଳା ମନ୍ଦିର ପରିସର ପରିଷ୍କାର ସହିତ ଗ୍ରାମର ଉଚ୍ଚ ବିଦ୍ୟାଳୟ,ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ସହିତ ନିଶା ନିବାରଣ ସଚେତନ,ଶିକ୍ଷାର ପ୍ରସାରଣ ଏବଂ ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ସ୍ତିରକୃତ ହୋଇଛି।

ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ସମେତ ଗ୍ରାମର ପୁରାତନ ଏନ୍.ଏସ.ଏସ. ସ୍ଵେଚ୍ଛାସେବୀ ଶ୍ରୀଯୁକ୍ତ ରଞ୍ଜିତ କୁମାର ଜେନା,ଶତ୍ରୁଘ୍ନ ବେହେରା ,ରଶ୍ମି,ସମୟ,ବିକି,ସମ୍ବିତ,ଆଶ୍ୱିନ, ନାରଣ,ଆକାଶ, ଲକ୍ଷ୍ମୀକାନ୍ତ,ବିକାଶ,ଭାରତ ଯୋଗଦେଇ ଶିବିରକୁ ସଫଲ୍ୟମଣ୍ଡିତ କରୁଛନ୍ତି।

new life
You might also like
error: Content is protected !!