News
lipub
samparksetu

ସାତମାଇଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବାର୍ଷିକୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୦ ତାରିଖ ଶୁକ୍ରବାର ପ୍ରଥମ ବାର୍ଷିକୋତ୍ସବ ଖୁବ ଧୁମାଧାମରେ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ମାଝୀ ଙ୍କ ପୌରହିତ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ରମେଶ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥିଭାବେ ହିନ୍ଦୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବରୁଣ ସର , ସ୍ଥାନିୟ ଜିଲ୍ଲା ପରିଷଦ ସଦସ୍ୟ ସୁମନ୍ତ ଦେହୁରୀ , ନୁଆବଗ ସରପଞ୍ଚ ମାନସ ଦେହୁରୀ , ଦୁଦୁରୁକୋଟ ସରପଞ୍ଚ ମନୋଜ ବେହେରା , ରାସୋଳ ସରପଞ୍ଚ ଦିବାକର ନାଏକ ଓ ସାମାଜିକ କର୍ମି ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭରେ ସ୍ୱାଗତ ସଂଗିତ ଗାନ ପରେ ଅତିଥିବୃନ୍ଦ ଶିକ୍ଷାନୁଷ୍ଠାନର ଉତୋରତ୍ତର ଉନ୍ନତି କାମନା କରିବା ସହ ପ୍ରତ୍ୟକ ଶିଶୁ ନିଜର ଲୁକାୟିତ ପ୍ରତିଭାକୁ ପରିପ୍ରକାଶ କରି ଜଣେ ଜଣେ ଭଲ ମଣିଷ ହେବାକୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ବିନୋଦିନୀ ଧର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ସମୟରେ ପରିଚାଳନା କମିଟି ସଂପାଦକ ଅରୁଣ ସାହୁ ଅତିଥିପରିଚୟ ସହ ମଞ୍ଚ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ବୃନ୍ଦଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଏହା ପରେ କୁନିକୁନି ପିଲା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

new life
You might also like
error: Content is protected !!