News
lipub
samparksetu

ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଘାଟ ନିକଟରେ ଘଟିଛି ଏହି ଅଘଟଣ।ମୃତକ ହେଲେ ଦିଲ୍ଲୀର ସିଦ୍ଧାନ୍ତ କୁମାର ସିଂହ।ଗୁରୁତର ହେଲେ ଉତ୍ତର ପ୍ରଦେଶ ରବି କୁମାର ଉଭୟ ଟାଟାଷ୍ଟିଲ କଣ୍ଟାବଣିଆ କାରଖାନାର କର୍ମଚାରୀ ବୋଲି ସୁଚନା ମିଳିଛି ।

ଆଜି କାରଖାନାର କିଛି କର୍ମଚାରୀ ବଣଭୋଜି କରି ନାଧରା ଘାଟ ନିକଟରେ ଗୋଧୋଉଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି।ଉଭୟଙ୍କୁ ନଦୀରୁ ଉଦ୍ଧାର କରିବା ପରେ ପ୍ରଥମେ ଓଡାପଡା ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସିଦ୍ଧାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ମୋଟଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!