News
lipub
samparksetu

ଆବାସ ଯୋଜନା ରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୂଆଁ ପଞ୍ଚାୟତ ବେଲ ବାହାଳି ଗ୍ରାମର ଏକ ଭିନ୍ନ କ୍ଷମ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି ।

ସୂଚନା ଅନୁଯାୟୀ , ବେଲବାହାଳି ଗ୍ରାମର ନିରଦ ନାଏକ ମୂକ ବଧିର ହୋଇ ଥିବା ବେଳେ ତାଙ୍କ ସ୍ତ୍ରୀ ଉଷା ମଧ୍ୟ ଜଣେ ଭିନ୍ନକ୍ଷମ । ଦୁଇ ଗୋଟି ପିଲା ଙ୍କୁ ନେଇ ତାଙ୍କ ପରିବାର। ଏକ ଭଙ୍ଗା କୁଡିଆ ରେ ସେମାନେ ବାସ କରୁଥିବା ବେଳେ ବାରମ୍ବାର ପ୍ରଶାସନ ଏବଂ ରାଜନେତା ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏମାନେ ଆବାସ ଯୋଜନା ରେ ଘର ଖଣ୍ଡେ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରୁନାହାନ୍ତି । ଅଗ୍ରାଧି କାର ଭିତ୍ତିରେ ଏହି ଭିନ୍ନକ୍ଷମ ଦମ୍ପତି କୁ ଆବାସ ଯୋଜନା ରେ ସାମିଲ କରିବାକୁ ଗ୍ରାମବାସୀ ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି।

new life
You might also like
error: Content is protected !!