News
lipub
samparksetu

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ରାସୋଳ ଥାନା ରାସୋଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଆଜି ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହେଇଥିବା ଜଣା ଯାଇଛି। ଖବରରୁ ଜଣା ଯାଏ ମୋଟୋଙ୍ଗା ଥାନା ଧଳପୁର ଗ୍ରାମର ଶଶୀଭୂଷଣ ବେହେରା କୌଣସି କାମରେ ରାସୋଳ ଆସୁଥିବା ବେଳେ ଅପରପାର୍ଶ୍ବ ରୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା।

ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ତାଙ୍କୁ ରାସୋଳ ଡାକ୍ତର ଖାନା ରେ ଭର୍ତି କରିଥିଲେ । ଡାକ୍ତର ନିଜ ବସାରେ ଥିଲେ ମଧ୍ୟ ଗୁରୁତର ଆହତ ଙ୍କୁ ଚିକିତ୍ସା କରିବାକୁ ଆସି ନଥିଲେ । ବହୁ ବିଳମ୍ବରେ ଝାଡୁଦାର ଆସି ପ୍ରାଥମିକ ଚିକିତ୍ସା କରିଥିଲ,ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଅଵସ୍ଥା ଗୁରୁତର ଥିବାରୁ ଦୀର୍ଘ ସମୟ ପରେ ଡାକ୍ତର ଶଶିଭୂଷଣଙ୍କୁ ଅନ୍ୟତ୍ର ନେବାକୁ କହିଥିଲେ , ତାଙ୍କୁ ଅନୁଗୁଳ ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।ଦିନକୁ ଦିନ ହିନ୍ଦୋଳ ଅଞ୍ଚଳରେ ଦୁର୍ଘଟଣା ବଢୁଥିଲେ ମଧ୍ୟ ଏହାର ପ୍ରତିକାର ହେଉନଥିବାରୁ ଏବଂ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ତ୍ୱରିତ ପଦକ୍ଷେପ ନିଆ ଯାଉ ନଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି

new life
You might also like
error: Content is protected !!