News
lipub
samparksetu

ଜିରାଳ ମହାବିଦ୍ୟାଳୟ +୨ ଏନ୍. ଏସ. ଏସ. ୟୁନିଟ୍ ର ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଯାପିତ ହୋଇଯାଇଛି । ୭ ଦିନ ଧରି ଚାଲିଥିବା ଏହି ଶିବିରକୁ ଏନ୍.ଏସ.ଏସ. ସଂଯୋଜକ ଶ୍ରୀ ସୁବ୍ରତ କୁମାର ପରିଡ଼ା ପରିଚାଳନା କରୁଥିଲେ ।

ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଗ୍ରାମର ସ୍ୱଚ୍ଛତା ଓ ପରିମଳ ଯୋଜନା ଶିବ ମନ୍ଦିର,ମଦନ ମୋହନ ମନ୍ଦିର,ମଙ୍ଗଳା ମନ୍ଦିର, ବ୍ରାହ୍ମଣୀ ଦେବୀ ମନ୍ଦିର,ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ସଫେଇ ତଥା ନିଶା ନିବାରଣ ଓ ଶିକ୍ଷାର ପ୍ରାଧାନ୍ୟ ବିଷୟରେ ଅଭିଯାନ କରା ଯାଇଥିଲା।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି କଲେଜର ଅଧକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ ତଥା କଲେଜର ଅଧ୍ୟକ୍ଷ ସୁଧାକର ସାହୁ,ଅନନ୍ତ କୁମାର ସାହୁ,ଦୁର୍ଗା ପ୍ରସାଦ ମୁଦୁଲି ତଥା ପୁରାତନ ଛାତ୍ର ଅବଦୂତ ମହାରଣା, ରଂଜିତ କୁମାର ଜେନା,ଶତ୍ରୁଘ୍ନ ବେହେରା ଯୋଗ ଦେଇଥିଲେ । ଆଗକୁ ଆହୁରି ଅନେକ ଶିବିର କରାଯାଇ କଲେଜର ଆଖ ପାଖ ଗ୍ରାମ ମାନଙ୍କରେ ଶିକ୍ଷା, ସ୍ୱଚ୍ଛତା,ବନୀକରଣ ର କରାଯିବାର ଅଭିମୁଖ୍ୟ ରହିଛି ।

new life
You might also like
error: Content is protected !!