News
lipub
samparksetu

ମା’ ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ ମା’ ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ କରାଯିବ।

କାର୍ଯ୍ୟସୂଚୀ ଅନୁଯାୟୀ ୨ ତାରିଖ ଗୁରୁବାର ପ୍ରାତଃ ୯ ଘଟିକା ସମୟରେ ଜଳସାଧିବାସ, ସନ୍ଧ୍ୟା ୬ ଘଟିକା ସମୟରେ ଅଙ୍କୁରାର୍ପଣ । ୩ ତାରିଖ ଶୁକ୍ରବାର ପ୍ରାତଃ ସୂର୍ଯ୍ୟପୂଜା, ଶାଲା ପ୍ରବେଶ, ସ୍ତମ୍ଭତୋରଣପୂଜା, ମଣ୍ଡଳ ପୂଜା, ଚଣ୍ଡୀପାଠ, ରୁଦ୍ରାଭିଷେକ, ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ସନ୍ଧ୍ୟା ଆଳତୀ, ୪ ତାରିଖ ଶନିବାର ପ୍ରାତଃ ସୂର୍ଯ୍ୟପୂଜା, ଶାଲା ପ୍ରବେଶ, ମଣ୍ଡଳ ପୂଜା, ଷୋଳ ପୋଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୁତି ଓ ଦିବା ୧ ଘଟିକା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ଭକ୍ତ ଜନ ଓ ଶ୍ରଦ୍ଧାଳୁମାନଙ୍କୁ ଏହି ବାର୍ଷିକ ଉତ୍ସବରେ ଯୋଗଦେଇ ଆଶିର୍ବାଦ ଲାଭ କରିବା ପାଇଁ ଆହ୍ୱାନ କରା ଯାଇଅଛି।

new life
You might also like
error: Content is protected !!