News
lipub
samparksetu

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଲୋକ ପାଇଲଟ, ରେଲୱେ ପୋଲିସ, ଅଞ୍ଚଳ ବାସିନ୍ଦାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନିମବାହାଳି ଟ୍ରେନ ଲାଇନ କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଟ୍ରେନ ଆସିବା ବେଳେ ହଠାତ୍ ଟ୍ରେନ ଆଗକୁ ଡେଇଁ ପଡିଥିଲା।

ଯାହା ଫଳରେ ଟ୍ରେନଟି ତାଙ୍କୁ ଘୋଷାଡ଼ି ନେଇଥିଲା , ଲୋକ ପାଇଲଟ ସ୍ଥାନୀୟ ଷ୍ଟେସନକୁ ଖବର ଦେଇଥିଲେ । ରେଲୱେ ପୋଲିସ ବ୍ୟକ୍ତି ଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟରେ ଡାକ୍ତର ଉକ୍ତ ବ୍ୟକ୍ତି ଜଣଙ୍କୁ ମୃତ ଘୋଷାଣା କରିଥିଲେ । ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନାହିଁ।

new life
You might also like
error: Content is protected !!