News
lipub
samparksetu

ବାହାଘର ବାଣଫୁଟି ଜଳିଗଲା ୩ ବଖରା ଚାଳ ଘର

ବାହାଘର ରୋଷଣୀ ବେଳେ ବାଣଫୁଟି ଜଳିଗଲା ୩ ବଖରା ଘର ଓ କଚଡା ଗଦା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଭୁଷଳ ତଳ ସାହିରେ।ଗତକାଲି ଭୁଷଳ ତଳସାହି ରାସ୍ତାଦେଇ ବରଯାତ୍ରୀ ରୋଷଣୀ ଯାଉଥିବା ସମୟରେ ବାଣ ଫୁଟାଇବାରୁ ଚାଳଛପର ଘରେ ପଡି ଲାଗିଥିଲା ନିଆଁ।

ତେବେ ଏହି ଅଗ୍ନିକାଣ୍ଡରେ ଦକ୍ଷିଣ ଖଟୁଆ, ଉତ୍ତର ଖଟୁଆ ଓ ଦଶମ ମାହୁନ୍ତଙ୍କର ଗୋଟିଏ ଲେଖାଏଁ ଘର ପୋଡିବା ସହିତ ଅମଳ ହୋଇଥିବା ଧାନ ପୋଡି ନଷ୍ଟ ହୋଇଛି। ସେହିପରି ଘର ପାଖରେ ଥିବା କଚଡା ଗଦାରେ ନିଆଁ ଲାଗିଥିବା ବେଳେ ଦଳା ଚକଡାରେ ମଧ୍ୟ ବହୁ କଚଡା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ଭୁବନ ଅଗ୍ନିଶମବାହିନୀ ପହଞ୍ଚି ବହୁ ବିଳମ୍ବରେ ନିଆଁକୁ ଆୟତ କରିଥିଲେ।

new life
You might also like
error: Content is protected !!