News
lipub
samparksetu

କୃଷକ ତାଲିମି ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାପୁଆ ବଡଜୋରା ମଧ୍ୟମ ଜଳସେଚନ ପ୍ରକଳ୍ପର ମା ଦକ୍ଷିଣକାଳୀ ପାଣିପଞ୍ଚାୟତ-୨ ନାଉକିଆରୀ ଗ୍ରାମଠାରେ ୧୦ତାରିଖ ଶୁକ୍ରବାର ଦିନ ଏକ ଦିବସିୟ କୃଷକ ତଲିମି ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରରେ ନାଉକିଆରୀ ଗ୍ରାମର ୫୦ଜଣ ଚାଷୀ ଯୋଗଦେଇ ତାଲିମି ନେଇଥିଲେ। ଉପକୃଷି ନିର୍ଦ୍ଦେଶକ ମୃତ୍ତିକା ଓ ଜଳ ପରିଚାଳନା ସମ୍ବଲପୁର ଅଶୋକ କୁମାର ମହାପାତ୍ର, ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦିତ୍ କୁମାର ରାୟ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ତାଲିମି ପ୍ରଦାନ କରିଥିଲେ। ସାପୁଆ ବଡଜୋରାର ରାଜ୍ୟ ଅଧକ୍ଷ (APEX) ପ୍ରେମାନନ୍ଦ ପଟ୍ଟନାୟକ ଉକ୍ତ ଶିବିରକୁ ପରିଚାଳନା କରିଥିଲେ।

ହିନ୍ଦୋଳ ବ୍ଲକ୍ କୃଷି ବିଭାଗର କର୍ମଚାରୀ ପ୍ରମୋଦ କୁମାର ସର, ଶଶ୍ମିତା ବେହେରା, ତ୍ରିଲୋଚନ ଅମାତ ପ୍ରମୁଖ ଯୋଗଦେଇ ସକ୍ରିୟ ସହଯୋଗ କରିଥିବା ବେଳେ ମା ଦକ୍ଷିଣକାଳୀ ପାଣିପଞ୍ଚାୟତ ନାଉକିଆରୀ-୨ର ସଭାପତି ଅମିୟ କୁମାର ସାହୁ ଓ ସଂପାଦକ ଟଙ୍କଧର ସାହୁଙ୍କ ପ୍ରତେକ୍ଷ ତତ୍ତ୍ବାବଧାନରେ ଶିବିରଟି ପରିଚାଳିତ ହୋଇଥିଲା। ରାସୋଳରେ ଥିବା ଅନ୍ୟ ୪ଟି ପାଣି ପଞ୍ଚାୟତର ସଭାପତି ସଂପାଦକଙ୍କ ମାନେ ଯୋଗ ଦେଇଥିଲେ।

new life
You might also like
error: Content is protected !!