News
lipub
samparksetu

ବାଛନ୍ଦ ହେତୁ ଦୁଇ ମାସ ହେଲା ପତ୍ନୀ ମରିଥିଲେ ମଧ୍ୟ ସୁଧିକ୍ରିୟା କରିପାରୁ ନାହାନ୍ତି ସ୍ୱାମୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ତାଶେରୀ ଆଦିବାସୀ ପଡ଼ାରେ କୁଆର ଟୁଡୁ ଜୈନିକ ବ୍ୟକ୍ତି ଦୀର୍ଘ ୮ବର୍ଷ ହେଲା ଗ୍ରାମ ମୁଖୀଆଙ୍କ ଠାରୁ କଙ୍ଗାରୁ କୋର୍ଟ କରାଯାଇ ବାଚ୍ଛନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଏ, ଯେ ଗ୍ରାମ ଏକ ଜାଗା ଘଟଣାକୁ କେନ୍ଦ୍ର କରି ତାଙ୍କୁ ବୈକଟ କରିବା ସହ ନିଆଁ ପାଣି ବନ୍ଦ କରିବା ଓ ତାଙ୍କ ସହ ମିଶିବା ବନ୍ଦ କରିଦେଇଥିଲେ।

ଗତ ୧୮/୧୧/୨୦୨୨ ତାରିଖରେ ତାଙ୍କର ପତ୍ନୀ କାରର୍ମୀ ଟୁଡୁ ଦେହ ତ୍ୟାଗ କରିବା ପରେ ତାଙ୍କର ସୁଧି କ୍ରିୟା କରିବା ପାଇଁ ନିଜର ବନ୍ଧୁ ବାନ୍ଧବ ମାନଙ୍କୁ ଡାକିଥିଲେ ମଧ୍ୟ ଯେହେତୁ ଗ୍ରାମର ବାଚ୍ଛନ୍ଦ କରାଯାଇଛି ସେଥିପାଇଁ ଗାଁ ଲୋକ ମାନେ ଏହି କାର୍ଯ୍ୟକୁ ବିରୋଧ କଲେ ସେ ଏ ସଂପର୍କରେ ପୋଲିସ ପ୍ରଶାଂସନ କୁ ଜଣାଇବା ସହ ଢେଙ୍କାନାଳ ଜିଲ୍ଲା ସାନ୍ତାଳ ଆଦିବାସୀ ଜିଲ୍ଲା ଜୋନ୍ନାଲ ହେଡ଼ର ସଭାପତି ସୁନାରାମ ମାରାଣ୍ଡୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁନାରାମ ମାରାଣ୍ଡୀ ଙ୍କୁ ଯୋଗାଯୋଗ କରିବା ପରେ ଆଦିବାସୀ ସଂଗଠନ ର ସାଙ୍ଗେଲ୍ ଗ୍ରୁପ୍ ସହିତ କୁଅର ଟୁଡୁ ରହିଥିବା ଏବଂ ହାଣ୍ଡିଆ ମାଂସ ନିଷେଧ ଥିବା ବେଳେ ଗ୍ରାମ ଲୋକ ମାନେ ସାଙ୍ଗେଲ୍ ପରମ୍ପରା ଙ୍କୁ ଗ୍ରହଣ ନକରି ହାଣ୍ଡିଆ, ମାଂସ ଭୋଜିରେ ଦବା ପାଇଁ କହିବାରୁ ଆମେ ସେଥିରେ ଏକମତ ନ ହେବାରୁ ତାର ସୁଧିକ୍ରିୟା ବନ୍ଦ କରି ଦେଇଥିବା କହିଛନ୍ତି। ଏଣୁ ସେ ଏଥିନେଇ କାମାକ୍ଷାନଗର ଉପଜିଲ୍ଲା ପାଳ ଏସଡିପିଓ ଥାନା ଅଧିକାରୀ ଓ ମଙ୍ଗଳ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ହୋଇ ନଥିବାରୁ ସୁଧିକ୍ରିୟା କରିବାରୁ ବଞ୍ଚିତ ଥିବାର ଅଭିଜଯୋଗ କରିଛନ୍ତି ।

new life
You might also like
error: Content is protected !!