News
lipub
samparksetu

ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ଗ୍ରାମବାସୀ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଆଖୁପାଳ ଗ୍ରାମର ଗ୍ରାମବାସୀ କହିବା ମୁତାବକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣି ମାଝୀ ଓ ଶିକ୍ଷୟତ୍ରୀ ସୁକାନ୍ତି ପାତ୍ର ସଠିକ୍ ସମୟରେ ସ୍କୁଲକୁ ନ ଆସିବା ସହିତ ଠିକ୍ ଭାବରେ ପାଠ ପଢାଉ ନଥିବା ପିଲାମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ପିଲା ମାନଙ୍କ ଅଭି ଯୋଗକୁ ଆଧାର କରି ଅନେକ ଥର ଶିକ୍ଷା ବିଭାଗ ଅଧିକାରୀଙ୍କୁ ଶିକ୍ଷକ ବଦଳି ବାବଦରେ ବାରମ୍ବାର ଲିଖିତ ଅଭିଯୋଗ କରିଲା ପରେ ମଧ୍ୟ ଅଧିକାରୀ କର୍ଣ୍ଣପାତ କରି ନ ଥିଲେ ଯାହା ଫଳରେ ଆଜି ଗ୍ରାମବାସୀ ଏକତ୍ରିତ ହୋଇ ଆଖୁପାଳ ପ୍ରାଥମିକ ବିଦ୍ୟାଳୟ ରେ ତାଲା ପକାଇବା ସହିତ ସ୍କୁଲ୍ ସାମ୍ନାରେ ପିଲା ମାନଙ୍କ ସହିତ ଗ୍ରାମବାସୀ ଧାରଣାରେ ବସିଥିଲେ ।

ଯେ ପର୍ଯ୍ୟନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ପ୍ରଧାନ ଶିକ୍ଷକ ଯଦୁମଣି ମାଝୀ ଓ ସଠିକ୍ ସମୟରେ ନ ଆସୁଥିବା ଶିକ୍ଷୟତ୍ରୀ ସୁକାନ୍ତି ପାତ୍ରଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନ ନିଆ ଯାଉଛି ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ବୋଲି ସ୍କୁଲ୍ ଚେୟାର ମ୍ୟାନ ଯାଜନିକା ନାୟକ କହିଥିଲେ ।

new life
You might also like
error: Content is protected !!