News
lipub
samparksetu

ଯୌତୁକ ଜୁଇରେ ଗଲା ଆଉ ଏକ ଜୀଵନ !

ଆଠଗଡ଼ ଥାନା ପତଣ୍ଡା ଗ୍ରାମର ପ୍ରଦୀପ କୁମାର ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା (୨୧)ଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକେ ହତ୍ୟା କରିଥିବା ଢେଙ୍କାନାଳ ଜିଲ୍ଲା ଭାପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ।

ସୂଚନା ଅନୁଯାୟୀ ,ଗତ ମାର୍ଚ୍ଚ ୧୧ ତାରିଖରେ ଲକ୍ଷ୍ମୀପ୍ରିୟା ବୈଦିକ ରୀତିନୀତି ରେ ଭାପୁର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପ୍ରସାଦ ର ସଦାନନ୍ଦ ମହାନ୍ତିଙ୍କ ପୁଅ ଦେବୀ ପ୍ରସାଦ ମହାନ୍ତିଙ୍କୁ ବିବାହ କରିଥିଲେ। ଦାବି ମୁତାବକ ୧ ଲକ୍ଷ ଟଙ୍କା, ୧୦ ଭରି ସୁନାଗହଣା ଓ ଆସବାବପତ୍ର ଦିଆଯାଇଥିଲା। ଶାଶୂଘର ଲୋକେ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେବାକୁ ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସ୍ବାମୀ ତାଙ୍କ ସହ କୌଣସି ସମ୍ପର୍କ ରଖୁ ନଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ତାଙ୍କ ଭାଇଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହାର ଅଧ ଘଣ୍ଟା ପରେ ଝିଅ ଚେତାଶୂନ୍ୟ ହୋଇ ବିଛଣାରେ ପଡ଼ିଛି, ଉଠୁନାହିଁ ବୋଲି ଶାଶୂଘର ଲୋକେ ଲକ୍ଷ୍ମୀପ୍ରିୟାଙ୍କ ବାପଘରକୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଲକ୍ଷ୍ମୀପ୍ରିୟାଙ୍କ ଭାଇ ସେମାନଙ୍କୁ କହିଥିଲେ। ଶାଶୂଘର ଲୋକେ‌ ଲକ୍ଷ୍ମୀପ୍ରିୟାଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ‌ଲକ୍ଷ୍ମୀପ୍ରିୟାଙ୍କ ବେକରେ କଳାଦାଗ ଥିବା ଦେଖି ଶାଶୂଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଲକ୍ଷ୍ମୀପ୍ରିୟାଙ୍କ ଭାଇ ଶିବପ୍ରସାଦ ପଟ୍ଟନାୟକ ଭାପୁର ଥାନାରେ ଲିଖତ ଅଭିଯୋଗ କରିଛନ୍ତି।

ଏ ନେଇ ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଙ୍କ କହିବା ଅନୁଯାୟୀ ,ଅଭିଯୋଗ ହେବା ପରେ କେସ୍‌ ନମ୍ବର ୧୯୦/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ମୃତକଙ୍କ ଶ୍ବଶୁରକୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

new life
You might also like
error: Content is protected !!