News
lipub
samparksetu

ପୋଖରୀ ରେ ବୁଡ଼ି ଚତୁର୍ଥ ଶେଣୀ ଛାତ୍ର ମୃତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ, ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମରେ ଏକ ଚତୁର୍ଥ ଶେଣୀର ଛାତ୍ର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି ।

ସୂଚନା ମୁତାବକ ଆଜି ଦିନ ଏଗାର ବେଳେ ଘୋଡ଼ାଡ଼ିଆଁ ଗ୍ରାମର ଅରୂପ ବିଶ୍ୱାଳ ଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ (୧୦) ନିକଟସ୍ଥ ଅଗସ୍ତି ସାହୁ ଙ୍କ ପୋଖରୀକୁ ନିଜ ମା ଅଞ୍ଜଳି ବିଶ୍ୱାଳ ଙ୍କ ସହ ଗାଧୋଇ ଯାଇଥିବା ବେଳେ ପୋଖରୀରେ ବୁଡି ନିଖୋଜ ହୋଇ ଯାଇଥିଲେ।

ଗ୍ରାମବାସୀ ଦ୍ୱାରା ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଖଜୁରୀଆକଟା ସରକାରୀ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!