News
lipub
samparksetu

ଅଜଣା ଗାଡ଼ି ଧକ୍କାରେ ମସ୍ତିଷ୍କ ବିକୃତ ଵ୍ୟକ୍ତି ମୃତ

ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଲିଝାଟି ଛକରେ ଜଣେ ମସ୍ତିଷ୍କ ବିକୃତ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ଭୁବନ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆକାଉଣ୍ଟ ଅଧିକାରୀ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସହଯୋଗରେ ଆହତ ବ୍ୟକ୍ତି ଙ୍କୁ ୧୦୮ ଆମ୍ବୁଲାନ୍ସରେ ଢେ଼ଙ୍କାନାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଉଥିବା ଅବସ୍ଥା ରେ ଦେହାନ୍ତ ହୋଇଯାଇଛି । ତାଙ୍କର ପରିଚୟ ମିଳି ପାରି ନଥିବାରୁ ତାଙ୍କର ଶବଦାହ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜଣାଯାଇଛି ।

new life
You might also like
error: Content is protected !!