News
lipub
samparksetu

କେନ୍ଦୁ ପତ୍ର କର୍ମଚାରୀଙ୍କ ପାଞ୍ଚ ଦଫା ଦାବି ନେଇ ଅଫିସ୍ ସମ୍ମୁଖରେ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେନ୍ଦୁ ପତ୍ର କର୍ମଚାରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଲେ କେନ୍ଦୁ ପତ୍ର କର୍ମଚାରୀ। ଖରା ବର୍ଷା ପାଣି ପବନ ଶୀତ କାକର ନ ସହି ମହିଳା ଓ ପୁରୁଷ ମାନେ କେନ୍ଦୁ ପତ୍ର ସଂଗ୍ରହ କରି ଥାଆନ୍ତି। କେନ୍ଦୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଉଚିତ୍ ମୂଲ୍ୟ ମିଳି ପାରୁନାହିଁ କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ।

କେନ୍ଦୁ ପତ୍ର ସଂଗ୍ରହ କରୁଥିବା ପରିବାରକୁ ସରକାର ଅନେକ ସହାୟତା ମିଳିବ ବୋଲି ଘୋଷଣା କରୁ ଥିବା ବେଳେ ଉଚିତ୍ ସମୟରେ ମିଳି ପାରୁ ନାହିଁ ସହାୟତା। କର୍ମଚାରୀ ଟିଏ ଅନେକ ସମୟରେ ରିପୋର୍ଟ ସଂଗ୍ରହ କରିବା ପାଇଁ ଦିନକୁ ୫୦ ରୁ ୬୦ କିଲୋମିଟର ଯାତାୟତ କରୁଥିବା ବେଳେ ପାରିଶ୍ରମିକ ବାବଦକୁ କିଛି ମିଳୁନାହିଁ ।

ପାରିଶ୍ରମ ବାବଦକୁ ସଠିକ୍ ସମୟରେ ଟଙ୍କା ନ ମିଳିବାରୁ ପାଞ୍ଚ ଦଫା ଦାବି ନେଇ କର୍ମଚାରୀ ମାନେ ଅଫିସ୍ ସମ୍ମୁଖରେ ଧାରଣା ରେ କଳା ବ୍ୟାଚ୍ ପରିଧାନ କରି ଧାରଣାରେ ବସିଥିଲେ।

new life
You might also like
error: Content is protected !!