News
lipub
samparksetu

ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ଅସଲ ଚିତ୍ର।ପାଣ୍ଡିଆନଙ୍କୁ ଖୁସି କରିବାକୁ ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ । ସ୍ତ୍ରୀଙ୍କ ଅପରେସନ ବଦଳରେ ସ୍ଵାମୀ ହାର୍ଣିଆ ଅପରେସନ ହୋଇଥିବା ଦର୍ଷାଇଲା ସ୍ୱାସ୍ଥ୍ୟ ବିଭାଗ।ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ କେରଜୁଲି ପଞ୍ଚାୟତର ଝାଞ୍ଜିର ବେରଣା ଗ୍ରାମର ଅଙ୍କୁରୁ ସିଂହଙ୍କ ପତ୍ନୀ ସୁଲୋଚନା ନାୟକ ଢ଼େଙ୍କାନାଳ ସହର ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଭର୍ତି ହୋଇ ପ୍ରସବ କରାଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

BSKY କାର୍ଡ ମାଧ୍ୟମରେ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା।ପରେ ଶିଶୁ ପୁତ୍ରକୁ ଜଣ୍ଡିସ ହେବା ହେତୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ମାତ୍ର ଯେଉଁଦିନ ୫ ଟି ସଚିବ ଢ଼େଙ୍କାନାଳ ମେଡିକାଲ ଗସ୍ତରେ ଆସିଥିଲେ ସେଦିନ ଲଗାଯାଇଥିବା ପୋଷ୍ଟରରେ ପତ୍ନୀଙ୍କ ଫଟୋ ଲଗାଯାଇଥିବା ବେଳେ ସ୍ଵାମୀ ଅଙ୍କୁର ସିଂହ ହାରନିଆ ଅପରେସନରେ BSKY କାର୍ଡ ମାଧ୍ୟମରେ ଉପକୃତ ହୋଇଥିବା ଅଙ୍କୁର ସିଂହ ଅଭିଯୋଗ କରିଛନ୍ତୀ।ଯାହାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପଟେ ଅଙ୍କୁର ତୁଳସୀ ନାମକ ଏକ ଘରୋଇ ନରସିଂହ ରେ ହାରନିଆ ଅପରେସନ ହୋଇଥିବା ଦର୍ଶାଯାଇଥିବା ବେଳେ ତୁଳସୀ ନର୍ସିଂ ହୋମ ରେ ସେମିତି କୌଣସି ବ୍ୟକ୍ତି ଅପରେସନ ହୋଇନଥିବା ହସ୍ପିଟାଲ କତୃପକ୍ଷ କହିଛନ୍ତି।ତେବେ କିଏ କାହିଁକି ଏମିତି ଅଙ୍କୁର ନାଁରେ ମିଛ ଅପପ୍ରଚାର କଲା? ସିଡ଼ିଏ ମଓ ଏହାକୁ ପ୍ରିଣ୍ଟ ମିଷ୍ଟେକ ହୋଇଥାଏ ପାରେ ବୋଲି କହିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଅଙ୍କୁର ଏନେଇ ପ୍ରଶ୍ନ ଉଠାଇବା ସହ ଯିଏ ଏଭଳି ଭୁଲ କରିଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

new life
You might also like
error: Content is protected !!