News
lipub
samparksetu

ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୭ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭା ପତିତ୍ୱରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ସ୍ୱାଧିନତା ଦିବସ ପାଳନ ଅବସରରେ ସକାଳ ୯:୧୫ ମିନିଟରେ ମୁଖ୍ୟ ଅତିଥି ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବ।ର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟ ,ମହାବିଦ୍ୟାଳୟ ମାନଙ୍କର ପ୍ୟାରେଡ ଦଳ,ପୋଲିସ ବାହିନୀ , ପ୍ରଥମ ବାଟାଲିୟାନ , ବ୍ୟାଣ୍ଡ ଦଳ ପ୍ୟାରେଡରେ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିବେ ।

ସକାଳ ୫ଟା ସମୟରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ୬ଟା ସମୟରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି କରାଯିବ । ସକାଳ ସାଢେ ୭ଟା ସମୟରେ ସରକାରୀ ବେସରକାରୀ
କାର୍ଯ୍ୟ।ଳୟ, ଶିକ୍ଷାନୁଷ୍ଠାନ ଓ ସାଧାରଣରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ବ୍ୟବସ୍ଥା କରାଯାଇଛି ।

ସକାଳ ସାଢେ ୮ଟା ସମୟରେ ସହର ସ୍ଥିତ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ଉତ୍ସବ ପାଳନ ଅବସରରେ ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆରୋଗ୍ୟମ ଯୋଗ ଅନୁଷ୍ଠାନ ତରଫରୁ ଯୋଗାସନ ପ୍ରଦର୍ଶନ କରାଯିବ ।

ବନଖଣ୍ଡ ବିଭାଗ ତରଫରୁ ସହର ମଧ୍ୟରେ ବୃକ୍ଷ ରୋପଣ ସହିତ ଅପରାହ୍ନ ୪ଟା ସମୟରେ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ । ଜାତୀୟ ଦିବସକୁ ଉତ୍ସାହ ପୂର୍ଣ୍ଣ ଭବରେ ପାଳନ ନିମନ୍ତେ ଅଗଷ୍ଟ ୧୪ ତାରିଖ ଦିନ ସହରରେ ଏକ ମାରାଥନ ଦୌଡ ଅନୁଷ୍ଠିତ ହେବ ।

ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରୀୟ ଛାତ୍ରଛ।ତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା , ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯିବ । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ମହିଳା ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି ।

ଏହି ଅବସରରେ ଦିବ୍ୟାଙ୍ଗ ଏବଂଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ,ଦେଶାତ୍ମବୋଧ ସଙ୍ଗୀତ,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉତ୍ସବ ଅବସରରେ ଷ୍ଟାଡିୟମଠାରେ ମୋଟ ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ ସର୍ବଶ୍ରେଷ୍ଠ ବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି ।

new life
You might also like
error: Content is protected !!