News
lipub
samparksetu

ମୁକୁଳା ଡ୍ରେନ ରେ ପଡ଼ିଲା ବାଛୁରୀ !

ହିନ୍ଦୋଳ ଏନ୍.ଏ.ସି ଏଗାର ନମ୍ବର ୱାର୍ଡ଼ ରେ ଏକ ବାଛୁରୀ ଡ୍ରେନ ରେ ପଡିଥିବା ଦେଖିବାକୁ ମିଳିଥିଲା। ବାଛୁରୀ କୁ ଉଦ୍ଧାର କରିବା ପାଇଁ ନୂତନପାଟଣା ଗ୍ରାମ ବାସି ବହୁତ ଚେଷ୍ଟା କଲାପରେ ମଧ୍ୟ ବାଛୁରୀ ଟିକୁ ଡ୍ରେନ ରୁ ଉଦ୍ଧାର କରିପାରି ନଥିଲେ।

ସଂଗେ ସଂଗେ ହିନ୍ଦୋଳ ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ହିନ୍ଦୋଳ ଅଗ୍ନିଶମ ବିଭାଗ ଅଧିକାରୀ ସଦାଶିବ ସେଠୀ ଙ୍କ ନେତୃତ୍ବରେ ତୁରନ୍ତ ଅଗ୍ନିଶମ ବିଭାଗ ର ଟିମ୍ ପହଞ୍ଚି ବାଛୁରୀ ଟିକୁ ଉଦ୍ଧାର କରିଥିଲେ। ଏପଟେ ହିନ୍ଦୋଳ ଏନ୍.ଏ.ସି ବିଭିନ୍ନ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଲୋକାଭିମୁଖୀ କାମ କରିପାରୁନାହିଁ। ଯଥା ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ ଉପରେ ଏପର୍ଯ୍ୟନ୍ତ ଢାଙ୍କୁଣି ର ବ୍ୟବସ୍ଥା କରାଯାଇ ପାରୁନାହିଁ।

ଯାହା ଦ୍ଵାରା ରାସ୍ତା କଡ଼ରେ ଥିବା ଡ୍ରେନ୍ ରେ ଅଧିକାଂଶ ସମୟ ଗାଈଗୁରୁ ବା ଲୋକମାନଙ୍କ ଯାତାୟତ କଲା ସମୟରେ ଡ୍ରେନ ପଡ଼ି ଆହତ ହେଉଥିବା ଦେଖିବାକୁ ମିଳୁଛି। ଏପଟେ ନିରବଦ୍ରଷ୍ଟା ସାଜିଛି ହିନ୍ଦୋଳ ଏନ୍ ଏ ସି।

new life
You might also like
error: Content is protected !!