News
lipub
samparksetu

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧା

ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜନସାଧାରଣଙ୍କ ହିତ ପାଇଁ, ଗରିବ ଶ୍ରେଣୀର ଜନତାଙ୍କ ପାଇଁ କରିଥିଲେ ମଧ୍ୟ କିଛି ବିଭାଗୀୟ କର୍ମଚାରୀ ଅଧିକାରୀଙ୍କ ଦାଇତ୍ୱହୀନତା ପାଇଁ ବିଚରା ଗରିବ ଟିଏ ବଞ୍ଚିତ ହେବା ବେଳେବେଳେ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ହାତୁରା ଗ୍ରାମ ପଂଚାୟତର ୮୮ ବର୍ଷୀୟା ବୃଦ୍ଧା ସୂର୍ଯ୍ୟମଣି ବେହେରା ଆଜକୁ ୮ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇ ନାହାନ୍ତି । ଏ ନେଇ ହାତୁରା ପଂଚାୟତ ପିଇଓ ଙ୍କୁ ଯୋଗାଯୋଗ କରିବାରୁ ସେ ଉତ୍ତର ନଦେବାରୁ ବ୍ଲକ କାର୍ଯ୍ୟାଳୟକୁ ଉତ୍ତର ମିଳୁଛି କି ,ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇସାରିଛି । ମାତ୍ର ଏପଟେ ହାତୁରା ଗ୍ରାମ୍ୟବ୍ୟାଙ୍କ ର କହିବା ଅନୁଯାୟୀ ସୂର୍ଯ୍ୟମଣିଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଭତ୍ତା ଟଙ୍କା ଆସିନାହିଁ । ବ୍ୟାଙ୍କ, ବ୍ଲକ, ପଂଚାୟତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଆଉ ଧାଇଁବାକୁ ବଳ ପାଉନି ବୋଲି କୁହନ୍ତି ସୂର୍ଯ୍ୟମଣି ।

ଏପଟେ ବ୍ଲକ ପଂଚାୟତ ରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ୮୮ବର୍ଷୀୟା ବୃଦ୍ଧା ସୂର୍ଯ୍ୟମଣି ହଇରାଣ ହରକତ ହେବାକୁ ସାଧାରଣରେ ନାପସନ୍ଦ କରିବା ସହ କିପରି ଉପକୃତ ହୋଇପାରିବେ ସେଥିପାଇଁ ଉଚ୍ଚ ପଦାଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣ ଓ ସୂର୍ଯ୍ୟମଣି ନିବେଦନ କରିଛନ୍ତି ।

new life
You might also like
error: Content is protected !!