News
lipub
samparksetu

ଅବକାରୀ ଓ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗରେ ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ

କଙ୍କଡାହାଡ଼ ଥାନା ଘେରିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ। ଗତ ୧୦ ତାରିଖ ଦିନ କାମାକ୍ଷାନଗର ଅବକାରୀ ପୋଲିସ ଓ କଙ୍କଡାହାଡ଼ ପୋଲିସ ମିଳିତ ଭାବେ ବାଲିକୁମା ଗାଁରେ ମଦ ଉପରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଜୈନିକା ମହିଳାଙ୍କୁ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଅସଦାଚରଣ କରିଥିବା ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି।

ଯାହାକୁ ନେଇ ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ରାଲିରେ ସହର ପରିକ୍ରମା କରିବା ସହିତ କଙ୍କଡାହାଡ଼ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଯେଉଁ ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାଙ୍କୁ ଗିରଫ ଦାବି କରିଛି ଆଦିବାସୀ ମିଳିତ ମଞ୍ଚ। ନଚେତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା । ଏଥିରେ କଙ୍କଡ଼ାହାଡ଼ ଆଦିବାସୀ ମିଳିତ ମଞ୍ଚର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

କଙ୍କଡ଼ାହାଡ଼ ତହସିଲଦାର ସୌଦାମିନୀ ନାୟକ , କାମାକ୍ଷାନଗର ଏସଡ଼ିପିଓ ପ୍ରଭାତ କୁମାର ତ୍ରିପାଠୀ, ଥାନା ଅଧିକାରିଣୀ କଳ୍ପନା ବେହେରା ଆଦିବାସୀ ମିଳିତ ମଞ୍ଚ ସହିତ ଏକାଠି ବସି ବୁଝା ସୁଝା କରିବା ସହିତ ସାତଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!