News
lipub
samparksetu

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଉପକଣ୍ଠ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇ ତା୨୩/୧୨/୨୦୨୨ ରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଏବଂ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରତିଷ୍ଠାତା ଅକ୍ଷୟ କୁମାର ମହାନ୍ତି ଏବଂ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତ ଯୋଗଦାନ କରି କ୍ରୀଡା ର ଉପାଦେୟତା ଏବଂ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ଗଣ ନିୟମିତ କ୍ରୀଡା ଅଭ୍ୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ସଙ୍ଗେ ସଙ୍ଗେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାକ୍ ପ୍ରାଥମିକ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମା ମାନଙ୍କର ପ୍ରଦର୍ଶିତ କ୍ରୀଡା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଏବଂ ସେମାନଙ୍କ ମଧ୍ୟରୁ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଛାତ୍ରଛାତ୍ରୀମାନଙ୍କ କ୍ରୀଡାଭ୍ୟାସ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ର ଏତାଦୃଶ କାର୍ଯ୍ୟକ୍ରମ ପାଇଁ ଅଭିଭାବକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା।

new life
You might also like
error: Content is protected !!