News
lipub
samparksetu

ସ୍କୁଲ ପାଚେରି ନିର୍ମାଣ ବେଳେ ଶ୍ରମିକ ମୃତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ହାଇସ୍କୁଲ -ପାଚେରି ନିର୍ମାଣ ପାଇିଁ ନିଅଁ ଖୋଳୁଥିବା ବେଳେ ଜଣେ ଶ୍ରମିକ ର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ମୃତକ ଜଣଙ୍କ ହେଲେ ତେନ୍ତୁଳିଶିଙ୍ଗା ଗ୍ରାମର ସୁର ପଧାନଙ୍କ ପୁଅ ମିଥୁନ ପଧାନ।

ସୂଚନା ଅନୁଯାୟୀ , ବ୍ଲକ ତରଫରୁ ବାଇସିଙ୍ଗା ହାଇସ୍କୁଲର ପାଚେରି ନିର୍ମାଣ ପାଇିଁ ୮ଲକ୍ଷ ଅନୁମୋଦନ କରାଯାଇଥିଲା।ତେବେ ଏହି କାମରେ ମିଥୁନ ନିୟୋଜିତ ଥିବା ବେଳେ ଶ୍ରମିକ ମାନଙ୍କୁ ସୁରକ୍ଷା ପାଇିଁ ଠିକାଦାର ପକ୍ଷରୁ କୈାଣସି ସରଞ୍ଜାମ ଦିଆଯାଇନଥିବାର ଅଭିଯୋଗ ହେଉଛି ।

ଯାହା ଫଳରେ ନିଅଁରେ ପଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ ,ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇିଁ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ କାମାକ୍ଷାନଗରରେ ଏହିଭଳି ଅନେକ ଘଟଣା ଘଟୁଥିଲେ ମଧ୍ୟ ଶ୍ରମ ବିଭାଗ ତରଫରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

new life
You might also like
error: Content is protected !!