News
lipub
samparksetu

ଗୁରୁତର ଝିଙ୍କ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ଥ ଭୁଷଳ ଶାନ୍ତି ଆଶ୍ରମ ନିକଟ କେନାଲରୁ ବନବିଭାଗ ଦ୍ବାରା ଏକ ଆହତ ଝିଙ୍କ ଉଦ୍ଧାର ହୋଇଛି। ଭାରତୀ ପାହାଡ଼ରେ ଥିବା ଶହ ଶହ ବନ୍ୟପ୍ରାଣୀ ଜଙ୍ଗଲ ଛାଡି ଜନ ବସତି ମୁହଁ। ହେଉଥିବାରୁ ସମୟ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି l

ତେବେ ଝିଙ୍କଟି ଭାରତୀ ପାହାଡ଼ ପାଦ ଦେଶରୁ ଭୁବନ ଥାନା ଛକରୁ ଭୂଷଳ ଆଡକୁ ଲମ୍ବି ଯାଇଥିବା ପୂର୍ତ୍ତବିଭାଗ ରାସ୍ତାର ଶାନ୍ତି ଆଶ୍ରମ ନିକଟରେ ଥିବା କେନାଲ ରେ ପଡି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗ କୁ ଖବର ଦେଇଥିଲେ l

କର୍ମଚାରୀ ମାନେ ଝିଙ୍କଟିକୁ ଆଣି ଏକ ପାଇଖାନା ମଧ୍ୟରେ ରଖିଥିଲେ , ପରେ ଭୁବନ ପ୍ରାଣୀ ଚିକିତ୍ସାଳୟ କୁ ନିଆଯାଇଥିଲା l ଚିକିତ୍ସକ ଡାକ୍ତର ବିଶ୍ୱଭୂଷଣ ସେନାପତି ଚିକିତ୍ସା କରିବା ସହ ୩ ଦିନ ପର୍ଯ୍ୟନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ, ଝିଙ୍କ ଟିର ଓଜନ ପନ୍ଦର କେଜି ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁମାନ କରିଛନ୍ତି ପ୍ରାଣୀ ବିଭାଗର ମୁଖ୍ୟ ଡାକ୍ତର ତ୍ରିଲୋଚନ ସାହୁ ।

ତେବେ ଝିଙ୍କଟି ରାସ୍ତା ପାର ହେବା ସମୟରେ ଗାଡି ଧକ୍କାରେ ପଛ ପାଖର ଡାହାଣ ଗୋଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ପ୍ରାଥମିକ ଚିକିତ୍ସା ପରେ ଏହି ପ୍ରାଣୀ ଟିକୁଉଚ୍ଚ ଅଧିକାରୀ ଙ୍କ ପରାମର୍ଶ କ୍ରମେ କପିଳାସ ପ୍ରାଣୀ ଉଦ୍ୟାନ ରେ ଛଡାଯାଇଛି । ସେଠାରେ ଅଧିକ ଚିକିତ୍ସା କରାଯିବ ସହ ଏହି ସାକାହାରୀ ପ୍ରାଣୀ ଟିର ରକ୍ଷଣାବେକ୍ଷଣା ଉଚିତ ଢଙ୍ଗରେ କରାଯାଇପାରିବ ବୋଲି ବନାଞ୍ଚଳ ଅଧିକାରୀ ଅନିତା ସେଠି ଜଣାଇଛନ୍ତି ।

new life
You might also like
error: Content is protected !!