News
lipub
samparksetu

ଭୁବନ ବ୍ଲକରେ ହେବ ୨ଶହ ହେକ୍ଟର ମାଣ୍ଡିଆ ଚାଷ

ଭୁବନ କୃଷି କାର୍ଯ୍ୟାଳୟ ପରିସରରେ ଦିନିକିଆ ଜୈବିକ କୃଷି ଭିତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ଜୀବନ ଅନୁଷ୍ଠାନ ର ଅଧକ୍ଷ ବିଷ୍ଣୁ ରାଉତ ଭୁବନ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ , ରୀନାରାଣୀ ସାହୁ ଯୋଗ ଦେଇଥିଲେ l

ଏହି ଶିବିରରେ ୬୦ରୁ ଉର୍ଦ୍ଧ୍ବ ଅଗ୍ରଣୀ ଚାଷୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପାରମ୍ପରିକ ପଦ୍ଧତି ରେ କିଭଳି ଜୈବିକ ଖତ ସାର ପ୍ରୟୋଗ କରାଯାଇ ଚାଷ କରାଯାଇ ପାରିବ ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।

ଚଳିତ ବର୍ଷ ଭୁବନ ବ୍ଲକ ରେ ନୂତନ ଭାବେ ମିଲେଟ ମିଶନ ଜରିଆରେ ୨ ଶହ ହେକଟର ରେ ମାଣ୍ଡିଆ ଚାଷ କରାଯିବାର ଯୋଜନା କରାଯାଇଛି ।ଚନ୍ଦ୍ରଶେଖର ଚିନାବାଦାମ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଶିବିର ରେ ରବି ଋତୁ ରେ ଚିନା ବାଦାମ ଚାଷ କିଭଳି ଜୈବିକ ସାର ପ୍ରୟୋଗ କରି ଲଭାବନ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଛି. ।

ଶ୍ରୀଧର ବେହେରା ମନମୋହନ ସାହୁ ସନ୍ତୋଷ ପୋଥାଳ ଗୋପାଳ ଘୋଷ ଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ । ସିଧାରାମ ଚଣ୍ଡୀ ପାଣି ପଂଚାୟତ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!