ଋଣ ଭାର ରେ ବୁଡ଼ି ଯାଇଥିବା ଜଣେ ଚାଷୀ କିଟନାଶକ ପିଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆଗୋଡା ଗ୍ରାମରେ।
ମୃତକ ହେଲେ ଜଗନ୍ନାଥ ମହାପାତ୍ର(୫୯) । ଜଗନ୍ନାଥ ଦୀର୍ଘ ଦିନରୁ ଅଭାବରେ ଥାଇ ଚିନ୍ତାଗ୍ରସ୍ଥ ଥିବା ବେଳେ ଋଣ ଭାରରେ ଥିଲେ ,ସେ ମାନସିକ ଭାରସାମ୍ୟ ହରାଇ କିଟନାଶକ ପିଇଥିବା ପରିବାର ସୂତ୍ରରୁ ଜଣାପଡିଛି ।
ତେବେ କିଟନାଶକ ପିଇବା ପରେ ପରିବାର ଲୋକ ତାଙ୍କୁଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ଲଢେଙ୍କାନାଳ ଡାକ୍ତରଖାନା କୁ ସ୍ଥାନାନ୍ତର କରାଇଥିଲେ ।ତେବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ କରିଥିଲା ।
