News
lipub
samparksetu

ବିଳମ୍ବିତ ରାତ୍ରିରେ ପମ୍ପ ହାଉସ ରୁ ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ସୋମବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ପ୍ରାୟ ୨୦ରୁ ୩୫ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।

କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା ବେଳେ ଦୁର୍ବୃତ୍ତ ମାନେ ପମ୍ପ ହାଉସରେ ଥିବା ପମ୍ପ ଡ୍ରାଇଭର ଶ୍ରୀଧର ବେହେରା ଓ ପ୍ରଦୀପ୍ତ ବେହେରାଙ୍କୁ ହାତ ଗୋଡ ବାନ୍ଧିବା ସହିତ ମାଡ ମାରିଥିଲେ। ଏହା ପରେ ସେଠାରେ ରଖା ଯାଇଥିବା ପାଇପକୁ ଗାଡିରେ ନେଇ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।ଏନେଇ ଥାନାରେ ଏକ ଏତଲା ଦିଆଯାଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!