News
lipub
samparksetu

ଷାଠିଏ ବର୍ଷର ପୁରୁଣା ରାସ୍ତାକୁ ନିଜ ଜାଗା ଦାବିକରି ଖୋଳିଦେଲେ ଜମି ମାଲିକ,ବିଦ୍ୟାଳୟ ନଯାଇ ରାସ୍ତାରେ ବସିଲେ ଛାତ୍ର ଛାତ୍ରୀ

ହିନ୍ଦୋଳ ଉପଖଣ୍ଡ ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସମ୍ମୁଖ ରାସ୍ତାକୁ ନିଜ ଜାଗା ଦର୍ଶାଇ ଶନିବାର ଦିନ ଅଂଳାବେଡା ଗ୍ରାମର ବିରଞ୍ଚି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓ ଗଦାଧର ବିଶ୍ୱାଳ ରାସ୍ତାଟି ଜେସିବି ମେସିନ ସାହାଯ୍ୟ ରେ ଖୋଳି ଦେଇଥିବା ବେଳେ ଏ ନେଇ ବୁହାଳି ପାଳ ଗ୍ରାମବାସୀ ରାସ ଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ସୋମବାର ସକାଳୁ ଗ୍ରାମର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନଯାଇ ସେହି ରାସ୍ତା ଖୋଳା ଯାଇଥିବା ଜଗା ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କ ରେ ହିନ୍ଦୋଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଖବର ପଇ ଘଟଣା ସ୍ଥଳରେ ପହଁଞ୍ଚି ସମାଧାନ ପାଇଁ ଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା, ଘଟଣା ସ୍ଥଳରେ ରସୋଳ ପୋଲିସ ବୁହାଳିପାଳ ଗ୍ରାମବାସୀ ଓ ନିଜ ଜଗା ବୋଲି ଦାବି କରି ରାସ୍ତା ଖୋଲିଥିବା ଲୋକଙ୍କୁ ଏକାଠି କରି ଏକ ଆଲୋଚନା ତହସିଲଦାର ଙ୍କ ମାଧ୍ୟମରେ ହୋଇଥିଲା ।

ପ୍ରଥମେ ଜାଗାର ଚି଼ହ୍ନଟ କରାଯିବ ଓ ଦୀର୍ଘ ୬୦ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେବ ସେହି ରାସ୍ତା ଦେଇ ଚାଲୁଥିବା ଗ୍ରାମବାସୀ ଓ ସେହିରାସ୍ତା ଦେଇ ଯାତାୟାତ କରୁଥିବା ବିଦ୍ୟାଳୟ ଛାତ୍ର ଛତ୍ରୀ ଙ୍କୁ ଦୃଷ୍ଟି ଦେଇ ଖୋଳାଯାଇଥିବା ରାସ୍ତା କୁ ସମସ୍ତ ଙ୍କ ସହମତି କ୍ରମେ ଜେସିବି ମେସିନ ସାହାଯ୍ୟ ରେ ପୋତାଯାଇଥିଲା ଏବଂ ଜଗା ଚିନ୍ହଟ ପରେ ସମସ୍ତ ଙ୍କୁ ନେଇ ଆଲୋଚନା ପରେ ସମାଧାନ ର ବାଟ ବାହାର କରାଯିବ ବୋଲି ତହସିଲଦାର କହିଥିଲେ କେହି ରାସ୍ତା ପୁନର୍ବାର ନଖୋଲିବା ପାଇଁ ମଧ୍ୟ ତାଗିଦ କରିଥିବା ଦେଖିବାକୁ ମିଳିଥିଲା ତହସିଲଦାର ଙ୍କ ଉଦ୍ୟମ ରେ ଏହାର ସମାଧାନ ହୋଇ ପାରିଥିବା ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!