News
lipub
samparksetu

ବିପର୍ଯ୍ୟସ୍ତ ପ୍ରାଣୀ ଧନ ଚିକିତ୍ସା ବ୍ୟବସ୍ଥା

ଲୋକଙ୍କୁ ସ୍ବାବଲମ୍ବୀ କରିବା ତଥା ବେକାରୀ ଦୂରୀକରଣ ପାଇଁ ସରକାରୀ କାଗଜ କଲମରେ ସୀମିତ ରହିଛି। ଲୋକଙ୍କୁ କାମ ଯୋଗାଇ ଦେବା ଦୂରର କଥା ଯେଉଁ ସାଧାରଣ ଲୋକଟିଏ ନିଜସ୍ଵ ଉଦ୍ୟମରେ ଚାଷ କରି ଜୀବିକା ନିର୍ବାହ କରୁଛି ସେ ବି ସମସ୍ୟା ଘେରରେ।

ପ୍ରାଣୀଧନ ଉପରେ ନିର୍ଭର କରି ବଞ୍ଚୁଥିବା ସାଧାରଣ ଲୋକକୁ ନାନାପ୍ରକାର ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟ ରାଜ୍ୟରେ ବିଜୁଳି, ପାଣି, ଔଷଧ ପରି ସହାୟତା ଯୋଗାଇ କୃଷିକୁ ପ୍ରୋତ୍ସାହନ ଦେଉଥିବା ବେଳେ ଓଡ଼ିଶା ସରକାରଙ୍କର ଯୋଜନା ଫାଇଲ ଭିତରେ ଚାପି ହୋଇଯାଇଛି।

ଢେଙ୍କାନାଳ ଜିଲ୍ଲାର ଅନେକ ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ର ଏବେ କର୍ମଚାରୀ ଶୂନ୍ୟ। ଗଁଦିଆ ବ୍ଲକରେ ଆଠ କି ନଅଟି କେନ୍ଦ୍ର ମଧ୍ୟରେ ତିନୋଟି କେନ୍ଦ୍ରରେ କର୍ମଚାରୀ ଅଛନ୍ତି। ସେମାନେ ବି ଦୈତ ସ୍ଥାନରେ!
ଦେଓଗାଁ ସ୍ଥିତ କେନ୍ଦ୍ରରେ ଅନେକ ଦିନରୁ ତାଲା ଝୁଲୁଛି। ସୋମବାର ଦିନ ହାଟ ସମୟରେ କେନ୍ଦ୍ର ବାରଣ୍ଡାରେ ହାଣ୍ଡିଆ ବିକ୍ରି ବ୍ୟତୀତ ଅନ୍ୟ କୌଣସି କାମରେ ଆସୁନାହିଁ। କେନ୍ଦ୍ରର ଚତୁଃପାର୍ଶ୍ଵ ଅଳିଆ ଆବର୍ଜ୍ଜନା ଭର୍ତ୍ତି। ଦାୟିତ୍ବରେ ଥିବା କର୍ମଚାରୀ କେତେବେଳେ ଆସନ୍ତି କେତେବେଳେ ଯାଆନ୍ତି ଦେଖା ମିଳେ ନାହିଁ। ଅନୁସନ୍ଧାନରୁ ଜାଣିବାକୁ ମିଳିଲା ଏଠାରେ ଅଲେଖ ଚନ୍ଦ୍ର ସାହୁ ନାମକ ନୀରିକ୍ଷକ ଦାୟିତ୍ଵରେ ଅଛନ୍ତି। କର୍ମରେ ଅବହେଳା ଯୋଗୁଁ ତାଙ୍କର ଦରମା ବନ୍ଦ ରହିଛି।
ଏ ଅଞ୍ଚଳରେ ଅଧିକାଂଶ ଲୋକ ଛେଳି, ମେଣ୍ଢା, ଗାଇ, କୁକୁଡ଼ା ପାଳନ କରିଥାନ୍ତି। ଜରୁରୀ ପରିସ୍ଥିତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

କେବଳ ଏହି ଗୋଟିଏ ନୁହେଁ ଗଁଦିଆ ବ୍ଲକରେ ୧୩ଟି ପ୍ରାଣୀ ଧନ ନିରୀକ୍ଷଣ କେନ୍ଦ୍ର ରହିଛି। ଜଣେ ଡାକ୍ତର ଓ ପାଞ୍ଚ ଜଣ ନିରୀକ୍ଷକଙ୍କୁ ନେଇ କାମ ଚାଲିଛି। ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ପଶୁପକ୍ଷୀଙ୍କ ଚିକିତ୍ସା କିପରି ଚାଲିଛି!

ଏହି ପରି ସମସ୍ୟା ଉପରେ ଗୁରୁତ୍ୱାରୋପ ଦେବାକୁ ଉଦ୍ୟମ ହେବା ଆବଶ୍ୟକ।

new life
You might also like
error: Content is protected !!