News
lipub
samparksetu

ତାତିଲେ ଚାଷୀ! ଧାନ ମଣ୍ଡି ବନ୍ଦ ପରେ ସମବାୟ ସମିତିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ।

ବର୍ତ୍ତମାନ ସୁଦ୍ଧା ଅଧା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଥିବା ବେଳେ ବାକି ଅଧା ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରାଯାଇ ନାହିଁ। ସୂଚନା ମୁତାବକ ଯେଉଁ ଚାଷୀ ଜାନୁଆରୀ ମାସ ୨୬ ଓ ତା ପରବର୍ତ୍ତୀ ତାରିଖରେ ମଣ୍ଡିରେ ଧାନ ଦେବା ପାଇଁ ଟୋକନ ପାଇଥିଲେ, ସେମାନଙ୍କ ଠାରୁ ଧାନ କ୍ରୟ କରାଯାଇ ନାହିଁ।

ଏହି କାରଣରୁ ଅନେକ ଉତେଜିତ ଚାଷୀ ସମବାୟ ସମିତିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ଦେଇଛନ୍ତି। ବକେୟା ଥିବା ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବାକୁ ସେମାନେ ଦାବି କରିଛନ୍ତି।

new life
You might also like
error: Content is protected !!