News
lipub
samparksetu

ଢେଙ୍କାନାଳ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର

ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହେବା ସହ ୪୦୦୦ କମ୍ପୁଟର ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ବେକାର। ଆଠ ଶହ କୋଟି ଟଙ୍କାର ବ୍ୟୟ କରାଯାଇ ବିଦ୍ୟାଳୟ ଗୁଡିକରେ ସ୍ଥାପନ କରାଯାଇଥିବା କମ୍ପୁଟର ଲ୍ଯାବ ଏବେ ନଷ୍ଟ ହେବାକୁ ବସିଛି। ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର ପାଠ୍ୟକ୍ରମର ଉପଯୋଗୀତା ବିଷୟରେ ଅଧିକ କିଛି ଆଲୋଚନା କରିବା ବୋକାମି ର ପରିଚୟ। ସରକାର ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିବା ସହ ପ୍ରତି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ।

ଦୀର୍ଘ ଦିନ ଧରି ଚାକିରିରୁ ଉଚ୍ଛେଦ ହୋଇଥିବା ଜିଲ୍ଲାର କମ୍ପ୍ୟୁଟର ଶିକ୍ଷକ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଆଇ.ସି.ଟି.ଇ-ବିଦ୍ଯାଳୟରେ ପାଞ୍ଚ ବର୍ଷ ଧରି କମ୍ପ୍ୟୁଟର ଶିକ୍ଷା ଦେଇଥିବା ଚାରି ହଜାର କୋର୍ଡିନେଟରଙ୍କୁ ପୁନଃ ନିଯୁକ୍ତି, ଘରୋଇ ସଂସ୍ଥା ଦ୍ବାରା ପରିଚାଳନା ନକରି ସରକାର ନିଜ ତତ୍ବାବଧାନରେ ନିଯୁକ୍ତି, ଆଇ.ସି.ଟି.ଇ-ବିଦ୍ଯାଳୟ ଯୋଜନା ଘରୋଇ ସଂସ୍ଥା ବଦଳରେ ସରକାର ନିଜ ଅଧୀନରେ ରଖିବା, ଉଚ୍ଚ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ଓ ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ଆଇ.ସି.ଟି. ଇ-ବିଦ୍ଯାଳୟ ଯୋଜନାର କାର୍ଯ୍ୟକାରିତା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

new life
You might also like
error: Content is protected !!