News
lipub
samparksetu

ନାବାଳକକୁ ଅପହରଣ ଉଦ୍ୟମ ; ବେକରେ ଛୁରୀ ଲଗାଇ ଉଠେଇ ନେଉଥିଲେ ୩ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରୁ ଏକ ନାବାଳକକୁ ପିଲାଚୋର ଉଠାଇ ନେଇଯାଉଥିବା ବେଳେ , ଉପସ୍ଥିତ ବୁଦ୍ଧି ହେତୁ ନାବାଳକ ଜଣକ ଖସିଯାଇଥିବାର ଜଣାପଡିଛି ।

ସୂଚନା ଅନୁଯାୟୀ , ବେଡ଼ାପଡା ଗ୍ରାମ ବିରଞ୍ଚୀ ସାମଲଙ୍କ ପୁଅ ଆକାଶ ସାମଲ (୧୪) କାଲି ସଂନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ ରାସ୍ତାରେ ବୁଲୁଥିବା ବେଳେ ଏକ ପୋଲ ତଳେ ଲୁଚି ରହିଥିବା ୩ଜଣ ଦୁର୍ବୃତ୍ତ ହଠାତ ପୋଲ ତଳୁ ବାହାରି ଆକାଶକୁ କାବୁ ତା ବେକରେ ଛୁରୀ ଲଗାଇ ତାଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ ।

ସେ ସମୟରେ ନାବାଳକ ଜୋରେ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ଦୌଡ଼ି ଆସିଥିଲେ । ତେବେ ସେ ସମୟରେ ୩ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଛୁରୀ ଦ୍ୱାରା ଆକାଶ ର ବେକ ଏବଂ ହାତରେ ଆଘାତ ଲାଗିଛି । ଏହି ଘଟଣା ପରେ ଗ୍ରାମରେ ଏବେ କାକୁଆ ଭୟ ଖେଳିଯାଇଛି ।

new life
You might also like
error: Content is protected !!