News
lipub
samparksetu

ଘରେ ପଶି ଲୁଟିନେଲେ ସୁନା ଗହଣା

ଭୁବନ ଥାନା ଅନ୍ତର୍ଗତ ଭଦଳିଆ ପଶି ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଅଗ୍ନିଶମ କର୍ମଚାରୀ ଘରକୁ ଛୁଟି ରେ ଯାଇଥିବା ବେଳେ ତାଙ୍କ ଘରୁ ପ୍ରାୟ ଚାରି ଲକ୍ଷ ଟଙ୍କାର ସଂପତି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଅଗ୍ନିଶମ କର୍ମଚାରୀ ଅମରଜିତ ପ୍ରଧାନ ଭୁବନ ଭଦଳିଆପଶିରେ ତକ୍ଷଶିଳା ବିଦ୍ୟାଳୟ ନିକଟରେ ଭଡା ରେ ରହୁଛନ୍ତି , ଅମରଜିତ ରବିବାର ଘରକୁ ଛୁଟି ରେ ଯାଇଥିଲେ ।ମଙ୍ଗଳବାର ନିଜ ଭଡା ଘରକୁ ଫେରି ଦେଖନ୍ତି ତ ଭିତର ପଟୁ କବାଟ ଦିଆ ଯାଇଥିଲା । ତେବେ ସିଡିଘର ପଟେ ପଶି ସେ ଦେଖନ୍ତି ତାଙ୍କ ଇନଭଟର ବ୍ୟାଟେରୀ, ଟ୍ରଲି ବ୍ୟାଗ ସହ ଟ୍ରଙ୍କ ଭାଙ୍ଗି ୨ ଲକ୍ଷ ଟଙ୍କା ରୁ ସୁନା ଗହଣା ଚୋରି ହୋଇଯାଇଛି । ଏ ନେଇ ସେ ଭୁବନ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

new life
You might also like
error: Content is protected !!