ହିନ୍ଦୋଳ ପଂଚାୟତ ସମିତିର ଚତୃଦଶତମ ବୈଠକ ଆଜି ହିନ୍ଦୋଳ ବ୍ଲକର ବିଜୁସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥି, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ସନମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।ସେହିପରି ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ମିନତୀ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡାଧର ସାହୁ, ବ୍ଲକ ଉପାଧ୍ୟକ୍ଷ ଅନୁସୟା ମାହୁନ୍ତ ,ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ତହସିଲଦାର ଶ୍ରୀ ସୁଶାନ୍ତ ମିଶ୍ର,ବିଡ଼ିଓ କ୍ଷୀରାବଧି ତନ୍ମୟା ସାହୁ,ପିଡ଼ି ଢେଙ୍କାନାଳ, ଏ ବିଡ଼ିଓ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ, ସମିତି ସଭ୍ୟ ସଭ୍ୟା, ସରପଂଚ, ବ୍ଲକ କର୍ମଚାରୀ, ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ସାଂସଦ ଓ ବିଧାୟିକା ସେମାନଙ୍କ ବକ୍ତବ୍ୟରେ ବିଭିନ୍ନ ଉର୍ଣ୍ଣୟନମୂଳକ କାର୍ଯ୍ୟ ଓ ବକେୟା ଥିବା ଉର୍ଣ୍ଣତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ବ୍ଲକ ଅଧ୍ୟକ୍ଷ ବ୍ଲକର ସମସ୍ତ କାର୍ଯ୍ୟାବଳି ସମ୍ପର୍କରେ ଅବଗତ କରାଇଥିଲେ।ଆଜିର ବୈଷୟିକ ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ପଶୁସମ୍ପଦ, ଆର ଡି, ପିଡବ୍ଲୁଡି,ଗ୍ରାମ୍ୟ ଜଳଯୋଗାଣ ପରିମଳ, ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା ଇତ୍ୟାଦି ବିଷୟରେ ଆଲୋଚନା ହେବା ସହ ବିଭିନ୍ନ ପଂଚାୟତ ମାନଙ୍କରେ ବକେୟା କାମ, ରାସ୍ତାଘାଟ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଭତ୍ତା ,ବିଦ୍ୟୁତ ସମସ୍ୟା, କୃଷି ଇତ୍ୟାଦି ବିଷୟରେ ଆଲୋଚନା ଓ ତାହାର ପ୍ରତିକାର ସମ୍ବନ୍ଧରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା।ସର୍ବଶେଷରେ ବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ l
