News
lipub
samparksetu

ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ରେ ଏଜେଣ୍ଟ ମାନଙ୍କର ଧାରଣା

କଟୁଛି ଟାକ୍ସ ମାତ୍ର ଦାଖଲ ହେଉନି ଟିଡିଏସ ।ଏହାର ପ୍ରତିବାଦରେ ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବ୍ୟାପି ବୀମା ଅଭିକର୍ତା ମାନେ ଗଣ ଧାରଣା ଦେଇଛନ୍ତି।

ଭାରତୀୟ ଜୀବନ ବୀମା ଅନ୍ତର୍ଗତ ବୀମା ଧାରୀ ମାନଙ୍କ କିସ୍ତି ପୈଠ କଲେ କମିଶନରୁ ଏଜେଣ୍ଟ ଇନକମ ଟାକ୍ସ ଟିଡିଏସ କଟି ଚାଲିଛି । ମାତ୍ର ଏଜେଣ୍ଟ ବା ଅଭିକର୍ତା ମାନଙ୍କ ବ୍ୟାଙ୍କ ଖାତାକୁ ଫେରୁନାହିଁ ଟିଡିଏସ । ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଏପରି ଖାମ ଖିଆଲି ମାନଭାବରୁ ବିଚରା ଏଜେଣ୍ଟ ମାନଙ୍କୁ ମୁଣ୍ଡରେ ଇନକମ ଟାକ୍ସ ଫାଇନ ର ଭୟ ବୋଝ ମୁଣ୍ଡେଇବାକୁ ପଡୁଛି ।

ଯାହାକୁ ନେଇ ଢେଙ୍କାନାଲ ଜିଲ୍ଲା ବ୍ୟାପି ଏହି ବୀମା ଅଭିକର୍ତା ବା ଏଜେଣ୍ଟ ମାନଙ୍କ ଅସନ୍ତୋଷ ଆଜି ଗଣ ଧାରଣାର ରୂପ ନେଇଛି । ଫଳରେ ଜିଲ୍ଲା ବ୍ୟାପି ଏଲ ଆଇ ସି ଏଜେଣ୍ଟ ମାନେ ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ, ସମୂହ ଭାବେ ଢେଙ୍କାନାଲ ଏଲ ଆଇ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯାହା ଫଳରେ ଏଲ ଆଇ ସି କାର୍ଯ୍ୟାଳୟରେ ନୂତନ ବୀମା ଦାଖଲ ଏକ ପ୍ରକାର ଠପ ହୋଇଯାଇଛି ।ତେବେ ସେମାନଙ୍କର ଏହି ସମସ୍ୟା ସମାଧାନ ନହେବାଯାଏଁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ୟୁନିୟନ ର କର୍ମକର୍ତା।

new life
You might also like
error: Content is protected !!