News
lipub
samparksetu

ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି

ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି ।

ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରିଛି l ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ l ତେଣୁ ବିଧାୟକ ମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବା ପାଇଁ ପାର୍ଟି ଦାବି କରିଛି l ଏହି ପ୍ରେସ ବାର୍ତ୍ତା ରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, କାର୍ଯ୍ୟାଳୟ ସମ୍ପାଦକ ଚିନ୍ମୟ ସେନାପତି, ଯୁବ ସଂଗଠକ ଦେବାଶିଷ ବେହେରା, ସଦସ୍ୟ ଦିବ୍ୟଜ୍ୟୋତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

new life
You might also like
error: Content is protected !!