News
lipub
samparksetu

ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଗର୍ଜିଲା ଆପ୍

ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ କାଲି ଇଡି ଗିରଫ କରିବା ପ୍ରତିବାଦରେ ଢେଙ୍କାନାଳ ଶାଖା ଆପ୍ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚିଥିଲେ।

ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ବେହେରା ଓ ଅନିଲ କୁମାର ନାଥ, ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାଏକ, ପିତାମ୍ବର ଦାସ ,ଶଙ୍କର୍ଷଣ ଦଳେଇ ଓ ପିତାମ୍ବର ସାମନ୍ତରାୟ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ବିଜେପି ସରକାର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଗର୍ଜିଥିଲେ। ତା’ପରେ କର୍ମୀମାନେ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅନୈତିକ ଉପାୟରେ ଗିରଫ କରାଯାଇଥିବା ଶ୍ରୀ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ନାରାବାଜି କରିଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଇଡିର ସମନ ଅନୈତିକ ବୋଲି ଶୁଣାଣି ସ୍ଥଗିତ ଥିବା ବେଳେ କିପରି ତାଙ୍କୁ ଗିରଫ କରାଗଲା ବୋଲି କର୍ମୀମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।

new life
You might also like
error: Content is protected !!