News
lipub
samparksetu

ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଆଜିର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ସୁଆଳ ପଂଚାୟତ ସରପଂଚ ରାସେଶ୍ୱରୀ ବେହେରା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସିଆରସିସି ମୀନକେତନ ସାହୁ ଉପସ୍ଥିତ ରହିଥିଲେ ।

ଏଠାରେ ଉଭୟ ବାଳକ ଓ ବାଳିକା ବିଭାଗର ଦୌଡ଼,ଲମ୍ବ ଡିଆଁ ,ଉଚ୍ଚ ଡିଆଁ ,ମ୍ୟୁଜିକ ଚେୟାର,ସ୍ଲୋ ସାଇକେଲ ରେଶ ,ପୁଚି ଭଳି ଖେଳ ଅନୁଷ୍ଠିତ ହୋଇଛି ।କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

ଏଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକ,କମିଟି ସଭାପତି ବିମଳ କୁମାର ପଣ୍ଡା,ପୁରାତନ ଛାତ୍ର ସଂସଦ ସଭାପତି ହୀରନମୟ ପାଳ, ବିଦ୍ୟାଳୟର ଶିକ୍ଷକ ଗୁପ୍ତେଶ୍ଵରୀ ମହନ୍ତ, ରଶ୍ମିତା ସାହୁ,ଭାବିନା ସାହୁ,ସୁନିତା ସାହୁ,ମିଳି ପ୍ରଧାନ, ଶ୍ରୀବଚ କୁମାର ବେହେରା,କୁନି ରାଉତ, ସଂଯୁକ୍ତ। ସ୍ୱାଇଁ,ତାପସ୍ୱିନୀ ମଲ୍ଲିକ,ରବି ନାରାୟଣ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!