News
lipub
samparksetu

ପ୍ରେମ ଯୋଗୁଁ ହତ୍ୟା !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଆଜି କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ। ପ୍ରେମଜନିତ କାରଣରୁ ପୁଅକୁ ମାରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମନୋଜ ଗତକାଲି ସନ୍ଧ୍ୟାରେ ନିଜ ବାଇକରେ ଅଁଳାକଟା ଗାଁକୁ ଯାତ୍ରା ଦେଖି ଯାଇଥିଲେ, କିନ୍ତୁ ଆଜି ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପାଖ କାଜୁ ବଗିଚାରେ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ। ଗାଁ ଲୋକ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ। ତେବେ ପୋଲିସ ର ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ହୋଇଥିବା ଜଣାପଡିଛି ।

କିଛି ମାସ ପୂର୍ବରୁ ବଡ଼ ଭାଇ ସରୋଜ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

new life
You might also like
error: Content is protected !!