News
lipub
samparksetu

କୁଅଁର ଟୁଡୁ ଙ୍କୁ ମିଳିଲା ନ୍ୟାୟ , ସ୍ତ୍ରୀ ର ସୁଧିକ୍ରିୟା କରିବେ କୁଅଁର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ପଞ୍ଚାୟତ ଟାସେରୀ ଆଦିବାସୀ ପଡ଼ାରେ ରହୁଛନ୍ତି କୁଅଁର ଟୁଡୁ ଗତ ଦୀର୍ଘ ୮ବର୍ଷ ହେଲା ସେହି ଗାଁର ମୁଖିଆ କଙ୍ଗାରୁ କୋଟ୍ ରେ ବାଚ୍ଛନ୍ଦ କରିଥିଲେ। ସେହି ଦିନ ଠାରୁ ସେ ଏକାକୀ ବାଚ୍ଛନ୍ଦ ହୋଇ ଚଳୁଥିଲେ ।

ଗତ ୧୮/୧୧/୨୦୨୨ରେ ତାଙ୍କର ସ୍ତ୍ରୀ କାରର୍ମୀ ଟୁଡୁ ଦେହ ତ୍ୟାଗ କରିବା ପରେ ତାଙ୍କର ସୁଧି କ୍ରିୟା କରିବା ନିମନ୍ତେ ଜାତି ଭାଇ ମାନଙ୍କୁ ଡାକିଥିବା ବେଳେ ଏହାକୁ ଗ୍ରାମର ମୁଖିଆ ଓ ଗ୍ରାମବାସୀ ମାନେ ବିରୋଧ କରିଥିଲେ ଯେ ହେତୁ ତାଙ୍କୁ ଗ୍ରାମରୁ ବାଚ୍ଛନ୍ଦ କରାଯାଇଛି। ସେଥିପାଇଁ କେହି ସହଯୋଗ କରିନଥିଲେ ଇତି ମଧ୍ୟରେ କୁଅଁର ଟୁଡୁ ଆଦିବାସୀ ସଂଗଠନର ସାଙ୍ଗେଲ ଗ୍ରୁପ୍ ରେ ମିଶି ଥିବାରୁ ଓ ସେହି ଗ୍ରୁପ୍ ରେ ହାଣ୍ଡିଆ, ମଦ, ମାଂସ,ନିଷେଧ ହୋଇଛି ଏଣୁ ତା ସ୍ତ୍ରୀ ସୁଧି କ୍ରିୟା କଲେ ଏ ସବୁର ଆବଶ୍ୟକତା ରହିଥିବାରୁ ଗ୍ରାମବାସୀ ମାନେ ସମର୍ଥନ କରୁନଥିଲେ ।

ଯାହାକୁ ନେଇ କୁଅଁର ଟୁଡୁ ତାଙ୍କ ସ୍ତ୍ରୀ ଙ୍କର ସୁଧି କ୍ରିୟା ହୋଇ ପାରୁନଥିଲା, କୁଅଁର ଟୁଡୁ ଏ ସଂମ୍ପର୍କ ରେ ପୋଲିସ ପ୍ରଶାସନ କୁ ଜଣାଇଥିଲେ,ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ।
ଆଜି ୧୧ ତାରିଖ ୮ଟା ସମୟରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ଓ ସମାଜ ମଙ୍ଗଳ ଅଧିକାରୀ ଟାସେରୀ ଗାଁର ଗ୍ରାମବାସୀ ମୁଖିଆ କୁଅଁର ଟୁଡୁ ଓ ସାଙ୍ଗେଲ୍ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରେ ସମସ୍ୟାର ସମାଧାନ କରାଯାଇଛି। ଏବେ କୁଅଁର ଟୁଡୁ ସ୍ତ୍ରୀର ସୁଧିକ୍ରିୟା କରି ପାରିବେ, ବିନା ମଦ ମାଂସ ହାଣ୍ଡିଆରେ ଲୋକଙ୍କୁ ଭୋଜି ଖାଇବାକୁ ଦେବେ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

new life
You might also like
error: Content is protected !!