News
lipub
samparksetu

ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ଚମକିଲେ ହୃଦାନନ୍ଦ

ନିକଟରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ୟୁଥ୍ /ଯୁବ (୧୩ ରୁ ୧୮ ବର୍ଷ ବୟସ) ,ଜୁନିୟର/କନିଷ୍ଠ (୧୮ ରୁ ୨୧ବର୍ଷ ବୟସ) ଓ ସିନିୟର୍/ବରିଷ୍ଠ (୨୧ ବର୍ଷରୁ ଉର୍ଦ୍ଧ୍ବ ବୟସ) ବିଭାଗରେ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ସର୍ବମୋଟ୍ ତିନୋଟି ସ୍ଵର୍ଣ୍ଣ ପଦକ ସହ ପ୍ରଶଂସା ପତ୍ର ହାସଲ କରିଛନ୍ତି।

ସେ ରାଜ୍ୟସ୍ତରରେ ସ୍ନାଚ୍ ରେ ୧୦୭ କିଲୋ ଓ କ୍ଲିନ୍ ଏଣ୍ଡ ଜରକ୍ ରେ ୧୩୭ କିଲୋ ଭାର ଉତ୍ତୋଳନ କରି ଏହି ବିରଳ ଗୌରବର ଅଧିକାରୀ ହୋଇ ପାରିଛନ୍ତି। ପ୍ରକାଶ ଥାଉକି ଢେଙ୍କାନାଳ ଭାପୁର ଟେଣୁଆ ଗ୍ରାମର ଅଧିବାସୀ ବର୍ତ୍ତମାନ ଢେଙ୍କାନାଳ କୁଣ୍ଟୁଣିଆ ନୂଆ ସାହିର ବାସିନ୍ଦା ତାଙ୍କର ପିତା ହରିହର ଦାସ ଜଣେ ଅଟୋଚାଳକ ଓ ମାତା ଗୋଲାପ ଦାସ ଜଣେ ଗୃହିଣୀ।

ଏହି ଉପଲକ୍ଷେ ବିଦ୍ୟାଳୟ ଶ୍ରେଣୀଗୃହରେ ଓ ପ୍ରାର୍ଥନା ସଭାରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ,ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ଵୃନ୍ଦଙ୍କ ଉପସ୍ଥିତିରେ ପୁନର୍ବାର କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଏହି ଶତାୟୁ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବା ଆମ ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।

ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷାସେବା-୧(କନିଷ୍ଠ) ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ରାଜ୍ୟସ୍ତରୀୟ ସଫଳତାରେ ଆମେ ସମସ୍ତେ ଗର୍ବିତ ଓ ଆଗାମୀ ଦିନରେ ଏହିଭଳି ଆହୁରି ଅନେକ ସଫଳତା ବିଦ୍ୟାଳୟ ପାଇଁ ଗୌରବର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

new life
You might also like
error: Content is protected !!